ଉର୍ଫିଙ୍କୁ ଗିରଫ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧:ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଅଜବ ଫ୍ୟାଶନ ପାଇଁ ଜଣାଶୁଣା। ସେ ତାଙ୍କ ଫ୍ୟାଶନକୁ ନେଇ ଅଧିକାଂଶ ସମୟରେ ଟ୍ରୋଲର ଶିକାର ହୋଇଥାନ୍ତି। ଏକାସାଙ୍ଗରେ, ଏବେ ପୁଣି ଥରେ ଉର୍ଫିଙ୍କୁ ତାଙ୍କ ବୋଲ୍ଡ ଲୁକ ପାଇଁ ଟାର୍ଗେଟ କରାଯାଇଛି।
ଭାରତୀୟ ଜନତା ପାର୍ଟି ନେତା ଚିତ୍ରା କିଶୋର ୱାଗ ଟୁଇଟର୍‌ରେ ଏକ ଭିଡିଓ ଶେୟାର କରି ଉର୍ଫି ଜାଭେଦଙ୍କୁ ଟାର୍ଗେଟ କରିଛନ୍ତି। ଚେତ୍ରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁମ୍ବାଇରେ କଣ ଘଟୁଛି। ମୁମ୍ବାଇ ପୋଲିସ ପାଖରେ ଆଇପିସି କିମ୍ବା ସିଆରପିଏସ୍‌ ଧାରା ଅଛି କି ନାହିଁ। ଜନସାଧାରଣଙ୍କ ଆଗରେ ନଗ୍ନତା ଦେଖାଉଥିବା ଉର୍ଫିଙ୍କୁ ଗିରଫ କରାଯାଉ।
ଚିତ୍ରା କିଶୋରଙ୍କ ଏହି ଟୁଇଟ୍‌କୁ ଉର୍ଫି ମଧ୍ୟ ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ମହିଳା ଶିକ୍ଷା ଏବଂ ବଳାତ୍କାରର ଲକ୍ଷ ଲକ୍ଷ ମାମଲା ବିଚାରାଧୀନ ଅଛି କି? ଆପଣ କାହିଁକି ଏହି ପ୍ରସଙ୍ଗ ଉଠାଉ ନାହାଁନ୍ତି?
ତେବେ ଉର୍ଫି ଜାଭେଦଙ୍କ ବିରୋଧରେ ଏଭଳି ଅଭିଯୋଗ ହେବା ଏହା ପ୍ରଥମ ଘଟଣା ନୁହେଁ। ପୋଷାକ ହେତୁ ସେ ପୂର୍ବରୁ ଅନେକ ଥର ଟ୍ରୋଲର ଶିକାର ହୋଇଥିଲେ।
ଉର୍ଫି ଅନେକ ଟିଭି ଶୋ’ରେ କାମ କରିଛନ୍ତି। କିନ୍ତୁ ‘ବିଗ ବସ ଓଟିଟି’ର ଅଂଶ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ।

Share