Categories: ଜାତୀୟ

ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ହେଲେ ଅମିତ ଶାହ

ନୂଆଦିଲ୍ଲୀ,୧୪ ।୩: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦଳ ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ଏହାସହ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବି ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କେବଳ ସେତିକି ନୁହେଁ ଭାଜପା ଉତ୍ତରାଖଣ୍ଡ ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ରାଜ୍ୟମନ୍ତ୍ରୀ ମିନାକ୍ଷୀ ଲେଖିଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ଭାଜପା ମଣିପୁର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଓ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ପର୍ଯ୍ୟବେକ୍ଷକ କରି ପଠାଇବାକୁ ନିଷ୍ପତ୍ତି ନେଇଛି । ଗୋଆ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଏଲ ମୁର୍ଗନଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

Share