ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ ପ୍ରଚାରରେ ଭାଜପା ଆଗରେ ରହିଛି। ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଘରକୁ ଘର ବୁଲି ପ୍ରଚାରକୁ ତ୍ୱରାନ୍ବିତ କରିଛନ୍ତି। କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ଚୟନରେ ବିଳମ୍ବ କରି ଚାଲିଥିବାରୁ ଭାଜପା ପ୍ରାର୍ଥୀ ଫାଇଦା ନେବାରେ ଲାଗିଛନ୍ତି। ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇ ୧୮ ହଜାର ୬୦୮ ଭୋଟ ପାଇ ୨ୟ ସ୍ଥାନରେ ଥିଲେ। ଦୁଷ୍ମନ୍ତଙ୍କ ସହ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲଢ଼େଇ ହୋଇଥିଲା। ଭାଜପା ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣା ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ନୋଟାକୁ ୧୦୨୦ ଭୋଟ ଯାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ୮୮୫ ଭୋଟ ପାଇଥିଲେ। ଧୀରେ ଧୀରେ ଖଣ୍ଡପଡ଼ାରେ କଂଗ୍ରେସର ଭୋଟ ହ୍ରାସ ପାଇ ଚାଲିଛି। ଭଲ ପ୍ରାର୍ଥୀ ହେଉ ନ ଥିବାରୁ ଦଳର ସ୍ଥିତି ଖରାପ ସ୍ଥିତିରେ ପହଞ୍ଚତ୍ଲାଣି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଦୁଷ୍ମନ୍ତ ଭାଜପାରୁ ପ୍ରାର୍ଥୀ ହେବା ପରେ ତାଙ୍କୁ ଟକ୍କର ଦେବା ପରି ପ୍ରାର୍ଥୀ ଖୋଜୁଛି ବିଜେଡି। ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି। ହେଲେ ଦଳ ଟିକେଟ କାହାରିକୁ ଦେଇ ନ ଥିବାବେଳେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରି ଦଳର ସ୍ଥିତିକୁ ଅନୁଭବ ବଞ୍ଚାଇ ରଖିଛନ୍ତି। କଂଗ୍ରେସ କେବଳ ରଣପୁର ଓ ନୟାଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଖଣ୍ଡପଡ଼ା, ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇ ନାହିଁ। ସେହିପରି ବିଜେଡି ପକ୍ଷରୁ ରଣପୁର, ନୟାଗଡ଼ ଓ ଦଶପଲ୍ଲାରେ ପ୍ରାର୍ଥୀ ଘୋଷଣା ହୋଇ ସାରିଥିବାବେଳେ କେବଳ ଖଣ୍ଡପଡ଼ାରେ ପ୍ରାର୍ଥୀଙ୍କ ନଁା ଘୋଷଣା ହୋଇନାହିଁ।

ଖଣ୍ଡପଡ଼ା ଟିକେଟ ପାଇଁ ବିଜେଡିର ଅନେକ ଆଶାୟୀ ଥିବାବେଳେ ଟିକେଟ ନ ପାଇବାରୁ ମଇଦାନକୁ ଓହ୍ଲାଇପାରୁ ନାହାନ୍ତି। ଖଣ୍ଡପଡ଼ା ପାଇଁ ବିଜେଡି ନୂଆ ମୁହଁ ଖୋଜୁଥିବାବେଳେ ପ୍ରାର୍ଥୀ ଦେବାରେ ବିଳମ୍ବ ହେଉଥିବା ସୂଚନା ମିଳିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଉଛି। ୨୦୦୦ରେ ବିଜେଡିର ବିଜୟଲକ୍ଷ୍ମୀ ପଟ୍ଟନାୟକ ବିଜୟୀ ହୋଇଥିଲେ ମଧ୍ୟ ଦଳ ୨୦୦୪ରେ ତାଙ୍କୁ ଟିକେଟ ଦେଇ ନ ଥିଲା। ୨୦୦୪ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ବନବିହାରୀ ଦାଶ ପରାସ୍ତ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ବାଜି ମାରି ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜୟଲକ୍ଷ୍ମୀ ବିଜେଡିକୁ ସମର୍ଥନ କରିଥିଲେ। ୨୦୦୯ରେ ସିଦ୍ଧାର୍ଥ ଶେଖର ସିଂ, ୨୦୧୪ରେ ଅନୁଭବ ପଟ୍ଟନାୟକ ଓ ୨୦୧୯ରେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଥିଲେ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ପରେ ଏଠାରେ ପ୍ରାର୍ଥୀ ଚୟନକୁ ନେଇ ନାନା କଥା ଶୁଣିବାକୁ ମିଳୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri