୧୪୭ ଛାଡ଼, ୮୦ ଆସନ ପାଇଁ ପ୍ରାର୍ଥୀ ପାଉନି ଭାଜପା

ଭୁବନେଶ୍ୱର,୨ା୪(ଅନିଲଦାସ):ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ସୋମବାର ଶଙ୍ଖଭବନଠାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ସ୍ବୟମ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ଆଗରେ ୮୦ ଆସନରେ ଜିତିବାର ସିନା ବାହୁସ୍ଫୋଟ ମାରିଛି ହେଲେ ଅସଲରେ ପ୍ରାର୍ଥୀ ନ ପାଇବା ଓଡ଼ିଶା ଭାଜପା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି; ଯେଉଁଥି ପାଇଁ ସେମାନେ ପ୍ରାର୍ଥୀ ତାଲିକା ଘୋଷଣା କରିପାରୁ ନାହାନ୍ତି । ପ୍ରଥମେ ଓଡ଼ିଶା ଭାଜପାର ପ୍ରାର୍ଥୀ ସନ୍ଧାନକାରୀ ଦଳ ଜିଲାରୁ ଜିଲା ବୁଲିଲେ। ଏମାନେ ପ୍ରାର୍ଥୀ ପାଇବା ତ ଦୂରର କଥା ବରଂ ତୃଣମୂଳସ୍ତରରେ ଦଳର ଅତି ଦୁର୍ବଳ ସଙ୍ଗଠନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଓଡ଼ିଶା ଭାଜପାର ସ୍ଥିତି ଏମିତି ହୋଇଛି ଯେ, ସେମାନେ ଯାହାକୁ ଯେଉଁଠୁ ପାରୁଛନ୍ତି ଆଣି ଦଳରେ ସାମିଲ କରାଉଛନ୍ତି । ଯେନତେନ ପ୍ରକାରେ ୧୪୭ ଆସନ ପାଇଁ ତାଲିକା ପୂରଣ କରିବା ଚକ୍କରରେ ଥିବା ଭଳି ସ୍ପଷ୍ଟ ଜଣାପଡୁଛି। ଅନ୍ୟ ଦଳର ବିତାଡ଼ିତ ଓ ଜନବିରୋଧୀ ନେତାଙ୍କ ସହ ଆପରାଧିକ କାର୍ଯ୍ୟରେ ଲିପ୍ତଥିବା ନେତା ଏବେ ଓଡ଼ିଶା ଭାଜପା ପାଇଁ ଏକମାତ୍ର ଆଶା ପାଲଟିଛନ୍ତି ବୋଲି ସ୍ବୟମ କହିଛନ୍ତି ା
ଅନ୍ୟପକ୍ଷରେ ଭାଜପା ମଧ୍ୟ ବିଜେଡିକୁ କଡ଼ା ସମାଲୋଚନା କରିଛି। ରାଜ୍ୟ ଭାଜପା ଉପସଭାପତି ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ ା ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଭାଜପାରେ ପ୍ରାର୍ଥୀ ଟିକେଟ ନାମତାଲିକା ଘୋଷଣା କରନ୍ତି ା ଠିକ୍‌ ସମୟରେ ପ୍ରାର୍ଥୀ ଘୋଷଣା କରାଯିବ ା ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ବିଜୁ ଜନତା ଦଳକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର ା ଅନ୍ୟପଟେ ବିଜେଡି ଭାଙ୍ଗିଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି । ଏଥିସହ ସେମାନେ ପ୍ରଳାପ ଆରମ୍ଭ କରିଦେଇଛନ୍ତି ା ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଶାସକ ବିଜେଡି ନିଜକୁ ନିଜେ ଆତ୍ମସମୀକ୍ଷା କରୁ ଏବଂ ବର୍ତ୍ତମାନ ସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ ସ୍ପଷ୍ଟ କରୁ ା ବାସ୍ତବରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି ା ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡ଼ିଦେଉଛନ୍ତି ା ମିଥ୍ୟା ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ ଜବାବ ଦେବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି ବୋଲି ଗୋଲକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri