ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍‌ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ ସିଟ୍‌ ଫେରି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ପୂର୍ବତନ ବିଧାୟକଙ୍କୁ ଫେରାଇ ଆଣି ଆସନ ଦଖଲ କରିବାକୁ ଚେଷ୍ଟା କରୁଛି। ଏଣୁ ୨୦୨୪ ପାଟଣା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଲଢ଼େଇ ରୋମାଞ୍ଚକର ହେବ ବୋଲି ଆକଳନ କରାଯାଉଛି।
ଗତ ନିର୍ବାଚନରେ ବିଜେଡି ଟିକେଟରେ ଜଗନ୍ନାଥ ନାୟକ ୭୦ ହଜାର ୩୧୦ ଭୋଟ (୪୩.୭ ପ୍ରତିଶତ) ଭୋଟ ପାଇ ବିଜୟୀ ହୋଇଥିଲେ। ଭାଜପାର ଭାବାନୀ ଶଙ୍କର ନାୟକ ୬୨ହଜାର ୫୧୪ ଭୋଟ (୩୮.୯ ପ୍ରତିଶତ) ପାଇଥିଲେ।  ତେବେ ଇତି ମଧ୍ୟରେ ଭବାନୀ ଶଙ୍କର ପଦ୍ମ ଛାଡ଼ି ଶଙ୍ଖ ଧରିଥିବାରୁ ଏହି ସିଟ ପାଇଁ ଭାଜପା ନୂଆ ପ୍ରାର୍ଥୀ ଖୋଜୁଛି। ଅପରପେକ୍ଷ କଂଗ୍ରେସ ଦଳର ବିନୋଦ ବିହାରୀ ନାୟକ ୧୩ ହଜାର ୫୮ ଭୋଟ (୮.୧ ପ୍ରତିଶତ)  ପାଇ ତୃତୀୟ ସ୍ଥାନରେ ରହିଥିଲେ।
ନିର୍ବାଚନରେ ବିଜେଡି ଟିକେଟରୁ ହୃଷୀକେଶ ନାୟକ ଜିତିଥିଲେ। ତେବେ ଦଳରେ ତାଙ୍କୁ ଅଲୋଡ଼ା ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ି ୨୦୨୩ରେ କଂଗ୍ରେସରେ ମିଶିଛନ୍ତି। ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରେ ସେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ହୃଷୀକେଶ ପୂର୍ବରୁ ଉକ୍ତ ଆସନରୁ ବିଭିନ୍ନ ଦଳରୁ ୬ ଥର ବିଜୟୀ ହୋଇଥିବାରୁ କଂଗ୍ରେସ ଉକ୍ତ ଆସନକୁ ଅକ୍ତିଆର କରିବା ନେଇ ଉତ୍ସାହୀ ଅଛି। ଏଥିସହ ସେ ବିଜେଡି ପାଇଁ ଚିନ୍ତାର କାରଣ ସାଜି ପାରନ୍ତି ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି।
 ଏହି ସିଟରେ ଭାଜପା ଦଳ କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇ ନ ଥିଲେ ହେଁ ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ନେଇ ଦଳ ଆଗ୍ରହୀ ବୋଲି ଚର୍ଚ୍ଚା ହେଉଛି । ତେବେ  ଅନନ୍ତ ଲୋକସଭା ପାଇଁ ଲଢ଼ିବାକୁ ଇଛା ପ୍ରକଟ କରୁଥିବାରୁ ଦଳର ଆଦେଶକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏହା ଛଡ଼ା ଭାଜପା ଦଳରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାୟକ, ବିଜେଡି ବିଧାୟକ ଜଗନ୍ନାଥଙ୍କ ଭାଇ ସତ୍ୟବ୍ରତ ନାୟକ, ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ଆଶାୟୀ ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ଟିକେଟ ନ ମିଳିବାରୁ ଭାଜପା ବିଦ୍ରୋହୀ ପ୍ରାର୍ଥୀ ଭାବରେ ଅଖିଳ ଚନ୍ଦ୍ର ନାୟକ  ସ୍ବାଧୀନ ପ୍ରାର୍ଥୀ ହୋଇ ମାତ୍ର  ୮,୦୭୪ (୫ ପ୍ରତିଶତ) ଭୋଟ ପାଇଥିଲେ। ଏଥି ପାଇଁ ତାଙ୍କୁ ଦଳରୁ ନିଲମ୍ବିତ ହେବାକୁ ପଡ଼ିଥିଲା, ଯାହାକି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି।
ତେବେ ୨୦୨୪ ନିର୍ବାଚନ ପାଇଁ ବିଧାୟକ ଜଗନ୍ନାଥ ପୁଣି ଥରେ ଟିକେଟ ପାଇବା ଅଧିକ ସମ୍ଭାବନା ଥିବାରୁ ବିଭିନ୍ନ ଅଞ୍ଚଳ ବୁଲି ସାମାଜିକ କାର୍ଯ୍ୟରେ ଯୋଗଦେବା ସହ ଉନ୍ନୟନ ମୂଳକ କାମ କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଦଳରେ ଥିବା ଅନ୍ତର୍ବିବାଦ ଯୋଗୁ କେତେକେ ଟିକେଟ୍‌ କାଟିବାକୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିବାରୁ ତାଙ୍କ ସମର୍ଥକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
  ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ଉପଲବ୍ଧି ଓ ତାଙ୍କର କାର୍ଯ୍ୟଧାରାକୁ ନେଇ ଲଢ଼ିବେ। ପ୍ରତ୍ୟେକ ଦିନ ଭୋଟରଙ୍କ ପାଖରେ ପହଞ୍ଚତ୍ ସେମାନଙ୍କ ସମସ୍ୟା ଶୁଣିବା ଓ ସମାଧାନର ବାଟ ବାହାର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ବିକାଶମୂଳକ କାର୍ଯ୍ୟରୁ ଲୋକମାନେ ଲାଭବାନ ହେଉଥିବାରୁ ଦଳ ପ୍ରତି ଆସ୍ଥା ବଢୁଛି ବୋଲି ବିଧାୟକ ଜଗନ୍ନାଥ କହିଛନ୍ତି।
 ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ହୃଷୀକେଶ ନାୟକ କହିଛନ୍ତି, ବିଜେଡି ତାଙ୍କୁ ଅଲୋଡ଼ା କରିଦେବାରୁ ସେ ଦଳ ଛାଡି କଂଗ୍ରେସକୁ ଫେରିଛନ୍ତି। ତାଙ୍କ ପୂର୍ବର କାର୍ଯ୍ୟଧାରା ଓ ଲୋକ ସମ୍ପର୍କ ହିଁ ତାଙ୍କର ଲୋକପ୍ରିୟତାକୁ ଅଧିକ ବିକଶିତ କରିବ ବୋଲି ସେ କହିଛନ୍ତି।
  ଜନକଲ୍ୟାଣକାରୀ ଯୋଜନା ଏବଂ ମୋଦି ମନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ଲଢ଼ିବ। ଏଣୁ ଏହି ସିଟ୍‌ ହାତେଇବାକୁ ଭାଜପା ହାତଛଡ଼ା କରିବ ନାହିଁ ବୋଲି ଭାଜପା ଜିଲା ସଭାପତି ସବୁଜ ମହାନ୍ତ ବର୍ମା କହିଛନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀରେ ଭାଜପା ଜିଲା ସଭାପତି ଓ ଅନ୍ୟ ଭାଜପା ପଦାଧିକାରୀଙ୍କ ଘର ହୋଇଥିବାରୁ ଭାଜପା ଉକ୍ତ ଆସନ ହାତେଇବାକୁ ଉଦ୍ୟମ ଚଳାଇବ ଏବଂ ଏହା ଜିଲା ସଂଗଠନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ମତ ପ୍ରକାଶ ପାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri