Posted inଜାତୀୟ

ନୂଆ ସଂସଦ ଭବନ ଉଦଘାଟନ ନେଇ ଅଡୁଆରେ ଭାଜପା, ୧୯ ରାଜନୈତିକ ଦଳ ଉତ୍ସବକୁ କରିଛନ୍ତି ବର୍ଜନ…

ନୂଆଦିଲ୍ଲୀ,୨୪।୫ : ନୂଆ ସଂସଦ ଭବନର ଉଦଘାଟନକୁ ନେଇ କ୍ରମାଗତ ରାଜନୈତିକ ସ୍ଥିତି ଜଟିଳ ହେବାରେ ଲାଗିଛି। ୨୮ ମଇରେ ହେବାକୁ ଥିବା ଏହି ସମାରୋହକୁ ଅନେକ ରାଜନୈତିକ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନାମ ମଧ୍ୟ ଏବେ ବର୍ଜନ ତାଲିକାରେ ଯୋଡ଼ି ହୋଇଛି।

ସୂଚନାନୁସାରେ, ବିରୋଧୀ ଦଳର ନେତାମାନେ ସଂସଦ ଗୃହର ଉଦଘାଟନୀ ସମାରୋହକୁ ବର୍ଜନ କରିବା ଉପରେ ଆଲୋଚନା କରିଛନ୍ତି। କୁହାଯାଉଛି ଖୁବ ଶୀଘ୍ର ଗୃହର ସମସ୍ତ ନେତା ମିଳିତ ବିବୃତ୍ତି ଦେବେ। ଏଥିରେ କାର୍ଯ୍ୟକ୍ରମର ମିଳିତ ବର୍ଜନ ନେଇ ଘୋଷଣା କରାଯିବ। ଅନେକ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହି ସାରିଛନ୍ତି।

ଉଲ୍ଲେଖନୀୟ, ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ଉପରେ ପ୍ରଶ୍ନ ଉଠିଛି। ନେତାମାନେ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଲ୍ଡିଂର ଉଦଘାଟନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ। ସେଥିପାଇଁ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ଏହି କାର୍ଯ୍ୟକୁ ବର୍ଜନ କରୁଛନ୍ତି।

ବୁଧବାର ସକାଳେ ଆରଜେଡି ଘୋଷଣା କରିଛି, ଏହା ଏହି କାର୍ଯ୍ୟକୁ ଦଳ ବର୍ଜନ କରିବ। ନୂତନ ସଂସଦ ଭବନର ଉଦଘାଟନୀ ସମାରୋହରେ ଏନସିପି ଯୋଗଦେବେ ନାହିଁ। ଦ୍ରାବିଡା ମୁନ୍ନେଟ୍ରା କାଜଗାମ (ଡିଏମକେ) ନୂତନ ସଂସଦ ଭବନର ଉଦଘାଟନରୁ ଦୂରେଇ ରହିବ। ତୃଣମୂଳ କଂଗ୍ରେସ ପ୍ରଥମେ ଏହି ସମାରୋହରେ ଯୋଗ ନ ଦେବା ବିଷୟରେ କହିଥିଲା। ଏହା ପରେ ଆମ ଆଦମୀ ପାର୍ଟି ମଧ୍ୟ ଏହି ଉତ୍ସବରେ ଯୋଗ ନଦେବାକୁ ଘୋଷଣା କରିଥିଲା। ମଙ୍ଗଳବାର ସିପିଆଇ ଉତ୍ସବ ବର୍ଜନ କରିବା ନେଇ ସୂଚନା ଦେଇଛି। ବିଦ୍ୟୁତାଇ ଚିରୁଥାଇଗାଲ କାଚି (ଭିସିକେ) ମଧ୍ୟ ଉଦଘାଟନୀ ଉତ୍ସବରେ ଯୋଗଦେବ ନାହିଁ ବୋଲି ଘୋଷଣା କରିଛି।

ଏଏପି ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ସିଂ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂସଦ ଭବନର ଉନଘାଟନୀ ସମାରୋହକୁ ନିମନ୍ତ୍ରଣ ନକରିବା ଏକ ବଡ ଅପମାନ। ଏହା  ଆଦିବାସୀ ତଥା ଭାରତର ବଞ୍ଚିତ ସମାଜ ପାଇଁ ଅପମାନ। ଆମ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ନ କରାଯାଇଥିବାକୁ ବିରୋଧ କରି ଏହାକୁ ବର୍ଜନ କରିବ। ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖପାତ୍ର ସୂଚନା ଦେଇଛନ୍ତି ନୂତନ ସଂସଦ ଭବନର ଉଦଘାଟନୀ ସମାରୋହରେ ଏନସିପି ଯୋଗଦେବେ ନାହିଁ। ଏହି ପ୍ରସଙ୍ଗରେ ଦଳ ଅନ୍ୟ ସମାନ ବିରୋଧୀ ଦଳ ସହ ଛିଡା ହେବାକୁ ନିଷ୍ପତ୍ତି ନେଇଛି।

ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଆସନ୍ତା ୨୮ରେ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବକୁ ସମସ୍ତ ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ମଧ୍ୟ ତାହା କରିବୁ। ଏଥି ସହିତ ଡିଏମକେ ଦଳର ଏମପି ତିରୁଚି ସିଭା କହିଛନ୍ତି ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହରେ ଆମ ଦଳ ମଧ୍ୟ ଭାଗ ନେବ ନାହିଁ। ଆମେ ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ।

ଭିଆରଏସ ଏମପି କେ କେଶବ ରାଓ କହିଛନ୍ତି, ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହୁଁ। ତେବେ ଦଳ ଏହି ସମାରୋହରେ ଯୋଗଦେବା ସମ୍ଭାବନା ଅଧିକ। ସେ ତାଙ୍କ ନିଷ୍ପତ୍ତି ଶୀଘ୍ର ଘୋଷଣା କରିବେ।

ଲୋକସଭାରେ ଟିଏମସି ନେତା ସୁଦୀପ ବାନ୍ଦୋପାଧ୍ୟାୟ କହିଛନ୍ତି ଆମ ଦଳ ଟିଏମସି ନୂତନ ସଂସଦ ଭବନର ଉଦଘାଟନକୁ ବର୍ଜନ କରିବ। ରାଜ୍ୟସଭାରେ ଟିଏମସି ନେତା ଡେରେକ ଓ’ବ୍ରାଇନ ଟୁଇଟରରେ ଲେଖିଛନ୍ତି ସଂସଦ ଭବନ କେବଳ ଏକ ନୂତନ କୋଠା ନୁହେଁ। ଏହା ପୁରୁଣା ପରମ୍ପରା, ମୂଲ୍ୟବୋଧ, ପ୍ରାଥମିକତା ଏବଂ ନିୟମ ସହିତ ଏକ ପ୍ରତିଷ୍ଠା। ଏହା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ। ପ୍ରଧାନମନ୍ତ୍ରୀ ମୋଦି ବୋଧହୁଏ ଏହାକୁ ବୁଝନ୍ତି ନାହିଁ। ତାଙ୍କ ପାଇଁ ରବିବାର ଦିନ ନୂତନ କୋଠାର ଉଦଘାଟନ ’ମୁଁ, ମୋର ଏବଂ ମୋ ପାଇଁ’ ଛଡା ଆଉ କିଛି ନୁହେଁ। ତେଣୁ ଆମକୁ ଏଥିରୁ ବାହାରି ଯିବା ଆବଶ୍ୟକ। ସିପିଆଇ ସାଧାରଣ ସମ୍ପାଦକ ଡି ରାଜା କହିଛନ୍ତି ତାଙ୍କ ଦଳ ଏହି କାର୍ଯ୍ୟକ୍ରମରେ ଯୋଗଦେବ ନାହିଁ।

ବାସ୍ତବରେ, ମେ ୨୮ ମଧ୍ୟାହ୍ନ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ଉଦଘାଟନ କରିବେ। ଏନେଇ କଂଗ୍ରେସ ନେତା ଏବଂ ଅନ୍ୟାନ୍ୟ ବିରୋଧୀଦଳର ନେତାମାନେ ବିରୋଧ କରୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଏହାର ଉଦଘାଟନ କରିବା ଉଚିତ। କଂଗ୍ରେସ କହିଛି ନୂତନ ସଂସଦ ଗୃହର ଉଦଘାଟନ କେବଳ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଉଚିତ। ମୁର୍ମୁଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ସାମ୍ବିଧାନିକ ଶୈଳୀ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ ହେବ।
ସୂତ୍ରରୁ ପ୍ରକାଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖର ଉଦଘାଟନୀ ଉତ୍ସବରେ ଅଭିନନ୍ଦନ ବାର୍ତ୍ତା ଦେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri