Categories: ଜାତୀୟ

ଭାଜପା ମୁସଲମାନ ବିରୋଧୀ: ଓଓ୍ବାଇସି

ନୂଆଦିଲ୍ଲୀ,୨୭।୧୧: ହିଂସା ଅପରାଧୀଙ୍କୁ ୨୦୦୨ରେ ଭାଜପା ଶିକ୍ଷା ଦେଇଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ଶାହା କ୍ଷମତା ନିଶାରେ ଚୂର୍‌ ହୋଇଯାଇଥିବା ଓଓ୍ବାଇସି କହିଛନ୍ତି। ଖେଡ଼ା ଜିଲାର ମହୁଧାରେ ଶାହା କହିଥିଲେ, ପୂର୍ବରୁ କଂଗ୍ରେସ ଶାସନରେ ଦଙ୍ଗା ହେଉଥିଲା। ୨୦୦୨ରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଶେଷ ଥର ପାଇଁ କେତେଜଣ ଅସାମାଜିକ ତତ୍ତ୍ୱ ଦଙ୍ଗା ଉଦ୍ୟମ କରିଥିଲେ। ଗୁଜରାଟରେ ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା। ସେହିବର୍ଷ ଗୋଧ୍ରା ରେଳଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇଦିଆଯିବାରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାଜପା ସରକାରର କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିଛି। ଜୁହାପୁରାରେ ଓଓ୍ବାଇସି କହିଛନ୍ତି, ନରୋଦା ପଟିୟା, ଗୁଲବର୍ଗା, ବକେରୀ ନା ବିଲ୍‌କିସ୍‌ ବାନୋ- କେଉଁଥିରୁ ଶିକ୍ଷା ମିଳିଛି। କ୍ଷମତା କାହା ହାତରେ ସବୁଦିନ ରହେନାହିଁ। କ୍ଷମତା ନିଶାରେ ଶାହା ଅସଲ କଥାକୁ ଭୁଲିଯାଇଛନ୍ତି। ୨୦୦୨ରେ ଭାଜପା ଦେଶର ମର୍ଯ୍ୟାଦା ହାନି କରିଥିଲା।

Share