Categories: ଜାତୀୟ

ଦେଶ ଉପରେ ନିଜ ବିଚାରଧାରାକୁ ଲଦି ଦେଉଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୯ ।୯: କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ଏଥିପାଇଁ ରାହୁଲ ଗାନ୍ଧଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରାଯାଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ କନ୍ୟାକୁମାରୀରେ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏଥିରେ ସେ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଦେଶରେ ସମ୍ବାଦ ଶେଷ ହୋଇ ଯାଇଛି । ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଚିନ୍ତାଧାରା ଯୋଗୁ କ୍ଷତି ହେଉଛି । କାରଣ ଭାଜପା ଦେଶ ଉପରେ ତା’ର ବିଚାରଧାରାକୁ ଲଦି ଦେଉଛି । ଏହି ସମୟରେ ରାହୁଲ କହିଛନ୍ତି ମୁଁ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଭାଗ ନେଇଛି ନେତୃତ୍ୱ ନେଇ ନାହିଁ ।

Share