Categories: ଜାତୀୟ

ବିପ୍ଳବଙ୍କୁ ଭାଜପା ହାଇକମାଣ୍ଡଙ୍କ ଲାଲ୍‌ ସଙ୍କେତ: ରାଲି ରଦ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୧୨: ତ୍ରିପୁରାରେ ଶାସକ ଭାଜପାରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଡିସେମ୍ବର ୧୩ ରଖି ଶକ୍ତି ପ୍ରଦର୍ଶନ ପାଇଁ ବିପ୍ଳବ ଏକ ରାଲି ଆୟୋଜନ କରିବାକୁ ଯୋଜନା କରିଥିଲେ। ରାଲିରେ ଲୋକଙ୍କୁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ତାହା ପଚାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ମାତ୍ର ବିପ୍ଳବଙ୍କ ବାଟରେ ଏବେ ଭାଜପା ହାଇକମାଣ୍ଡ ବାଧା ସୃଷ୍ଟି କରିଛନ୍ତି। ରାଲି ନେଇ ହାଇକମାଣ୍ଡ ଲାଲ୍‌ ସଙ୍କେତ ଦେଇଛନ୍ତି। ପ୍ରସ୍ତାବିତ ରାଲିକୁ ରଦ୍ଦ କରିବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ବିପ୍ଳବଙ୍କ କାର୍ଯ୍ୟରେ ଦଳୀୟ ସଦସ୍ୟ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି। ଫଳରେ ଶାସକ ଦଳରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ଗୋଷ୍ଠୀ ଧୀରେଧୀରେ ସକ୍ରିୟ ହେବାରେ ଲାଗିଛି। ଏହାକୁ ନେଇ ବିପ୍ଳବ ଶକ୍ତି ପ୍ରଦର୍ଶନ ଯୋଜନା କରିଥିଲେ।

Share