Categories: ଜାତୀୟ

ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷା ନେଉ ଭାଜପା

ହାଇଦ୍ରାବାଦ,୪ା୭: ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ବଂଶବାଦ ରାଜନୀତିର ଅନ୍ତ ଘଟାଇବା ପାଇଁ ରବିବାର ଭାଜପା ସଂକଳ୍ପ ନେଇଛି। ଦକ୍ଷିଣ ଭାରତର କର୍ନାଟକ ଓ ପୁଡୁଚେରୀରେ ସୀମିତ ଥିବା ଗୈରିକ ଦଳ ଆଗକୁ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଲନାଡୁରେ ମଧ୍ୟ ସାଙ୍ଗଠନିକ ସ୍ଥିତି ମଜଭୁତ କରିବା ପାଇଁ ହାଇଦ୍ରାବାଦରେ ରବିବାର ଉଦ୍‌ଯାପିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରଣନୀତି ପ୍ରସ୍ତୁତ କରିଛି। ସମଗ୍ର ଦକ୍ଷିଣ ଭାରତରେ ମୋଟ ୧୩୦ ଲୋକ ସଭା ଆସନ ଥିବାବେଳେ ସେଥିରୁ ମାତ୍ର ୨୯ଟିକୁ ଏହି ଦଳ ଦଖଲ କରିପାରିଛି।

୨୦୧୪ ସାଧାରଣ ନିର୍ବାଚନରେ ପୂର୍ବ ସଫଳତା ଦୋହରାଇବା ପାଇଁ ଭାଜପା ସଦସ୍ୟମାନେ ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷାଲାଭ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି।
ଦୁଇଦିନିଆ କାର୍ଯ୍ୟକାରିଣୀର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି କହିଛନ୍ତି, ବିରୋଧୀ ଦଳଗୁଡ଼ିକ ତୁଷ୍ଟୀକରଣ ରାଜନୀତିରେ ବ୍ୟସ୍ତ ଥିବାବେଳେ ସଂଖ୍ୟାଲଘୁଙ୍କ ସମେତ ସମାଜର ବଞ୍ଚତ୍ତ ବର୍ଗର ଲୋକଙ୍କ ଉତ୍‌ଥାନ ପାଇଁ ସେମାନଙ୍କ ପାଖରେ ପହଞ୍ଚତ୍ବା ଭାଜପାର ଲକ୍ଷ୍ୟ ହେବା ଉଚିତ। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୨୦୧୩ରେ ତେଲଙ୍ଗାନାରେ ଦଳ ସରକାର ଗଢ଼ିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

କାର୍ଯ୍ୟକାରିଣୀରେ ୧୯ଟି ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଛନ୍ତି। ତେଲଙ୍ଗାନା କେ.ଚନ୍ଦ୍ରଶେଖର ରାଓ କେନ୍ଦ୍ରକୁ ବାରମ୍ବାର ଟାର୍ଗେଟ କରୁଥିବାବେଳେ ଗୈରିକ ଦଳର କେନ୍ଦ୍ରୀୟ ନେତାମନେ ଟିଆର୍‌ଏସ୍‌ର ଗଡ଼ ଭାଙ୍ଗିବା ପାଇଁ ଅଣ୍ଟାଭିଡ଼ିଛନ୍ତି।

Share