Posted inଜାତୀୟ

ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର ସଦସ୍ୟମାନଙ୍କୁ ସେ ବିଶ୍ୱାସଘାତକ ଭାବେ ଅଭିହିତ କରି ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା ରୋକିବାରେ ବିଫଳ ହୋଇଥିବା ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ ଲୋକ ସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଦ୍ୱିତୀୟ ଦିନ ରାହୁଲ ନିଜ ବକ୍ତବ୍ୟ ରଖିଛନ୍ତି। ସଦସ୍ୟତା ଫେରିପାଇବା ପରେ ରାହୁଲ ପ୍ରଥମ ଥର ପାଇଁ ଗୃହରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଯାଉନାହାନ୍ତି। କାରଣ ସେ ଏହି ରାଜ୍ୟକୁ ଭାରତଠାରୁ ଭିନ୍ନ ଏକ ଅଂଶ ବୋଲି ବିବେଚନା କରୁଛନ୍ତି।

ରାବଣ ଯେମିତି କେବଳ ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ କଥା ଶୁଣୁଥିଲେ, ଠିକ୍‌ ସେହିପରି ପ୍ରଧାନମନ୍ତ୍ରୀ କେବଳ ଦୁଇଜଣଙ୍କ କଥା ଶୁଣନ୍ତି। ସେମାନେ ହେଲେ ଅମିତ୍‌ ଶାହା ଓ ଗୌତମ ଆଦାନୀ। ଏହି ଅବସରରେ ରାହୁଲ ମୋଦି ଓ ଆଦାନୀ ଏକ ବିମାନରେ ଏକାଠି ବସିଥିବାର ଫଟୋ ଥିବା ପୋଷ୍ଟର ଦେଖାଇ କହିଥିଲେ, ପ୍ରଧାନମନ୍ତ୍ରୀ ଭାରତର ସ୍ବରକୁ ଶୁଣନ୍ତି ନାହିଁ। ଆଦାନୀ ଗ୍ରୁପ୍‌ ଯାହା କହିଥାଏ ତାହା ଶୁଣିଥାନ୍ତି। ରାହୁଲ ଏହି ପୋଷ୍ଟର ଦେଖାଇବାବେଳେ ଶାସକ ଦଳର ସଦସ୍ୟମାନେ ଆପତ୍ତି ଉଠାଇଥିଲେ। ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ରାହୁଲଙ୍କୁ ସଂଯମ ହେବାକୁ ପରାମର୍ଶ ଦେଇଥିଲେ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଆହୁରି କହିଥିଲେ, ଲଙ୍କାକୁ ହନୁମାନ ଧ୍ୱଂସ କରି ନ ଥିଲେ, ବରଂ ରାବଣର ଅହଂକାର ସବୁକିଛି ଛାରଖାର କରିଦେଇଥିଲା। କିଛିଦିନ ତଳେ ମୁଁ ମଣିପୁର ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଏଯାଏ ସେଠାକୁ ଯାଇନାହାନ୍ତି। ସେ ମଣିପୁରକୁ ଭାରତର ଅଂଶ ବୋଲି ବିବେଚନା କରନ୍ତି ନହିଁ। ମୁଁ ମଣିପୁର ଶବ୍ଦ ବ୍ୟବହାର କରିଛି, କିନ୍ତୁ ବାସ୍ତବତା ହେଉଛି ସେଠାରେ ଆଉ କୌଣସି ମଣିପୁର ନାହିଁ। ମୋଦି ମଣିପୁରକୁ ଦୁଇଭାଗରେ ବିଭାଜିତ କରିଦେଇଛନ୍ତି। ମଣିପୁରରେ ଭାଜପା ହିନ୍ଦୁସ୍ତାନକୁ ହତ୍ୟା କରିଛି। ସେମାନଙ୍କ ରାଜନୀତି ମଣିପୁରକୁ ହତ୍ୟା କରିନାହିଁ, ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛି। ଭାରତ ହେଉଛି ଲୋକଙ୍କ ସ୍ବର। ମଣିପୁରକୁ ହତ୍ୟା କରିବାର ତାତ୍ପର୍ଯ୍ୟ ହେଉଛି ମଣିପୁରରେ ଭାରତ ମାତାକୁ ହତ୍ୟା କରିବା।

ମଣିପୁରବାସୀଙ୍କୁ ହତ୍ୟା କରି ଭାଜପା ଦେଶଭକ୍ତ ପାଲଟିନାହିଁ, ବରଂ ଦେଶଦ୍ରୋହୀ ସାଜିଛି ବୋଲି ରାହୁଲ ସମାଲୋଚନା କରିଛନ୍ତି। ଏହାର ଜବାବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦି ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ମଣିପୁରରେ ସରକାରଙ୍କ ସଫଳତା ଉପରେ ଫୋକସ୍‌ କରିବାକୁ ପଡ଼ିବ। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଛି। ୩୦ ବର୍ଷ ଧରି ଦେଶ ବଂଶବାଦ ରାଜନୀତି, ଦୁର୍ନୀତି ଓ ଜାତିବାଦର ଯନ୍ତ୍ରଣାରେ ଜର୍ଜରିତ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଶେଷ କରି ଦେଶକୁ ପ୍ରଦର୍ଶନର ରାଜନୀତି ପାଇଁ ବାଟ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri