Posted inଜାତୀୟ

ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର ସଦସ୍ୟମାନଙ୍କୁ ସେ ବିଶ୍ୱାସଘାତକ ଭାବେ ଅଭିହିତ କରି ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା ରୋକିବାରେ ବିଫଳ ହୋଇଥିବା ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ ଲୋକ ସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଦ୍ୱିତୀୟ ଦିନ ରାହୁଲ ନିଜ ବକ୍ତବ୍ୟ ରଖିଛନ୍ତି। ସଦସ୍ୟତା ଫେରିପାଇବା ପରେ ରାହୁଲ ପ୍ରଥମ ଥର ପାଇଁ ଗୃହରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଯାଉନାହାନ୍ତି। କାରଣ ସେ ଏହି ରାଜ୍ୟକୁ ଭାରତଠାରୁ ଭିନ୍ନ ଏକ ଅଂଶ ବୋଲି ବିବେଚନା କରୁଛନ୍ତି।

ରାବଣ ଯେମିତି କେବଳ ମେଘନାଦ ଓ କୁମ୍ଭକର୍ଣ୍ଣଙ୍କ କଥା ଶୁଣୁଥିଲେ, ଠିକ୍‌ ସେହିପରି ପ୍ରଧାନମନ୍ତ୍ରୀ କେବଳ ଦୁଇଜଣଙ୍କ କଥା ଶୁଣନ୍ତି। ସେମାନେ ହେଲେ ଅମିତ୍‌ ଶାହା ଓ ଗୌତମ ଆଦାନୀ। ଏହି ଅବସରରେ ରାହୁଲ ମୋଦି ଓ ଆଦାନୀ ଏକ ବିମାନରେ ଏକାଠି ବସିଥିବାର ଫଟୋ ଥିବା ପୋଷ୍ଟର ଦେଖାଇ କହିଥିଲେ, ପ୍ରଧାନମନ୍ତ୍ରୀ ଭାରତର ସ୍ବରକୁ ଶୁଣନ୍ତି ନାହିଁ। ଆଦାନୀ ଗ୍ରୁପ୍‌ ଯାହା କହିଥାଏ ତାହା ଶୁଣିଥାନ୍ତି। ରାହୁଲ ଏହି ପୋଷ୍ଟର ଦେଖାଇବାବେଳେ ଶାସକ ଦଳର ସଦସ୍ୟମାନେ ଆପତ୍ତି ଉଠାଇଥିଲେ। ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ରାହୁଲଙ୍କୁ ସଂଯମ ହେବାକୁ ପରାମର୍ଶ ଦେଇଥିଲେ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଆହୁରି କହିଥିଲେ, ଲଙ୍କାକୁ ହନୁମାନ ଧ୍ୱଂସ କରି ନ ଥିଲେ, ବରଂ ରାବଣର ଅହଂକାର ସବୁକିଛି ଛାରଖାର କରିଦେଇଥିଲା। କିଛିଦିନ ତଳେ ମୁଁ ମଣିପୁର ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଏଯାଏ ସେଠାକୁ ଯାଇନାହାନ୍ତି। ସେ ମଣିପୁରକୁ ଭାରତର ଅଂଶ ବୋଲି ବିବେଚନା କରନ୍ତି ନହିଁ। ମୁଁ ମଣିପୁର ଶବ୍ଦ ବ୍ୟବହାର କରିଛି, କିନ୍ତୁ ବାସ୍ତବତା ହେଉଛି ସେଠାରେ ଆଉ କୌଣସି ମଣିପୁର ନାହିଁ। ମୋଦି ମଣିପୁରକୁ ଦୁଇଭାଗରେ ବିଭାଜିତ କରିଦେଇଛନ୍ତି। ମଣିପୁରରେ ଭାଜପା ହିନ୍ଦୁସ୍ତାନକୁ ହତ୍ୟା କରିଛି। ସେମାନଙ୍କ ରାଜନୀତି ମଣିପୁରକୁ ହତ୍ୟା କରିନାହିଁ, ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛି। ଭାରତ ହେଉଛି ଲୋକଙ୍କ ସ୍ବର। ମଣିପୁରକୁ ହତ୍ୟା କରିବାର ତାତ୍ପର୍ଯ୍ୟ ହେଉଛି ମଣିପୁରରେ ଭାରତ ମାତାକୁ ହତ୍ୟା କରିବା।

ମଣିପୁରବାସୀଙ୍କୁ ହତ୍ୟା କରି ଭାଜପା ଦେଶଭକ୍ତ ପାଲଟିନାହିଁ, ବରଂ ଦେଶଦ୍ରୋହୀ ସାଜିଛି ବୋଲି ରାହୁଲ ସମାଲୋଚନା କରିଛନ୍ତି। ଏହାର ଜବାବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦି ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ମଣିପୁରରେ ସରକାରଙ୍କ ସଫଳତା ଉପରେ ଫୋକସ୍‌ କରିବାକୁ ପଡ଼ିବ। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଛି। ୩୦ ବର୍ଷ ଧରି ଦେଶ ବଂଶବାଦ ରାଜନୀତି, ଦୁର୍ନୀତି ଓ ଜାତିବାଦର ଯନ୍ତ୍ରଣାରେ ଜର୍ଜରିତ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଶେଷ କରି ଦେଶକୁ ପ୍ରଦର୍ଶନର ରାଜନୀତି ପାଇଁ ବାଟ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri