Categories: ଜାତୀୟ

ଭାଜପା ପାଲଟିଛି ଭିଡ଼ିଓ ତିଆରି କରୁଥିବା ପାର୍ଟି : କେଜରିଓ୍ବାଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୭।୧୧ : ତିହାର ଜେଲର ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଜପା ପକ୍ଷରୁ ଜାରି କରାଯାଇଛି। ଏପରିସ୍ଥଳେ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସୁରଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭାଜପା ବର୍ତ୍ତମାନ ଏକ ଭିଡିଓ ତିଆରି ପାର୍ଟିରେ ପରିଣତ ହୋଇଛି। ଦିଲ୍ଲୀର ଲୋକମାନେ ନିଷ୍ପତ୍ତି ନେବେ ଯେ ସେମାନେ ଚାହୁଁଛନ୍ତି କି ଭିଡ଼ିଓ ତିଆରି କରୁଥିବା ପାର୍ଟିକୂ ଭୋଟ ଦେବେ ନା ଭଲ ଭାବେ ସରକାର ଚଳାଇ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ଗଢ଼ିବାବାକୁ ଚାହୁଁଥିବା ପାର୍ଟିକୁ ଭୋଟ ଦେବେ।

ସେ କହିଛନ୍ତି ଯେ ମୁଁ ଗୁଜରାଟର ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଯଦି ଆମ ସରକାର ଗଠନ ହୁଏ ତେବେ ଜାନୁଆରୀ ୩୧ ସୁଦ୍ଧା ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ଜାରି କରାଯିବ। ମୁଁ ମିଛ କହୁନାହିଁ। ପଞ୍ଜାବରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବାକୁ ଏଏପି ସୂଚନା ଜାରି କରିଛି। ମୁଁ ସମସ୍ତ ପ୍ରକାର ସରକାରୀ କର୍ମଚାରୀଙ୍କୁ ଅନୁରୋଧ କରୁଛି ଯେ ଡାକ ବାଲାଟରେ ପ୍ରତ୍ୟେକ ଭୋଟ ଆମ ଆଦମୀ ପାର୍ଟିକୁ ଯିବା ଉଚିତ। ଆପଣ ଯାହା ପ୍ରଚାର କରିପାରିବେ ତାହା କରନ୍ତୁ ଏବଂ ଆମ ଆଦମୀ ପାର୍ଟି ପାଇଁ ଭୋଟ ଦେବାକୁ ଲୋକଙ୍କୁ କୁହନ୍ତୁ। ରାଜ୍ୟରେ ଆମର ସରକାର ଗଠନ କରନ୍ତୁ, ଆମେ ଆପଣଙ୍କୁ ନିଶ୍ଚିତ କରୁଛୁ ଯେ ଆମେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବୁ।

Share