Categories: ଜାତୀୟ

ଭାଜପାର ପ୍ରାୟ ୧୦୦୦ ବିଧାୟକ-୩୦୦ ଏମ୍‌ପି: କ’ଣ କେହି ଦୁର୍ନୀତିଗ୍ରସ୍ତ ନୁହନ୍ତି, ସମସ୍ତେ ଶୁଦ୍ଧ..

ପାଟନା,୨।୯: ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି ସିବିଆଇ ଏବଂ ଇଡି। ସଂସ୍ଥା ପକ୍ଷରୁ ବ୍ୟବସାୟିକ ଅନୁଷ୍ଠାନ ସାଙ୍ଗକୁ ରାଜନେତାମାନଙ୍କ ଘରେ ଚଢ଼ାଉ କରାଯାଉଛି। ତେବେ ଏସବୁ ଏଜେନ୍ସିଂର ଅପବ୍ୟବହାର ଭାଜପା କରୁଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଯଦି ଏପରି ନୁହେଁ ତେବେ କାହିଁକି ଭାଜପାର ଗୋଟିଏ ବି ଏମ୍‌ପି ଅଥବା ବିଧାୟକଙ୍କ ଉପରେ ଚଢ଼ାଉ କରାଯାଉନାହିଁ। ସମଗ୍ର ଦେଶରେ ଭାଜପାର ୧୦୦ ବିଧାୟକ ଏବଂ ୩୦୦ ଏମ୍‌ପି ରହିଛନ୍ତି। କ’ଣ କେହି ଦୁର୍ନୀତିଗ୍ରସ୍ତ ନୁହନ୍ତି, ସବୁ ଶୁଦ୍ଧ। ନା ସୁରକ୍ଷା ମିଳୁଛି ବୋଲି ଚଢ଼ାଉ କରାଯାଉ ନାହିଁ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଦେଶରେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାତୀୟ ରାଜନୀତିରେ ନୂଆ ପରିବର୍ତ୍ତନ ଆଣିଛି। ଏହାଛଡ଼ା କୌଣସି ରାଜନୈତିକ ଦଳର ନାମ ନ ନେଇ କିଛି ଏଭଳି ଗୋଷ୍ଠୀ ଏବେ ଏକାଠି ହେବା ଆରମ୍ଭ କରିଛନ୍ତି। ଲୋକଙ୍କୁ ଏହି ଗୋଷ୍ଠୀ ବିରୋଧରେ ସଜାଗ ରହିବାକୁ ସେ ଅନୁରୋଧ କରିଥିଲେ।

Share