Categories: ଜାତୀୟ

ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଗୁରୁତ୍ୱ ଦେଉଛି ଭାଜପା ସରକାର: ପ୍ରଧାନମନ୍ତ୍ରୀ…

ସିଲଭାସା,୨୫।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦାଦରା ଏବଂ ନଗର ହାଭେଲିରେ ପହଞ୍ଚିଛନ୍ତି। ସିଲଭାସାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪,୮୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ୯୬ ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସିଲଭାସାସ୍ଥିତ ନାମୋ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ପରିଦର୍ଶନ କରି ଏହି ଅନୁଷ୍ଠାନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ସିଲଭାସାଠାରେ ଏକ ରୋଡ ଶୋରେ ଅଂଶଗ୍ରହଣ କରିଥିଲେ ।

ସିଲଭାସାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଆୱାସ ଯୋଜନା ଅର୍ନ୍ତଗତ ସହରାଞ୍ଚଳର କିଛି ହିତାଧିକାରୀଙ୍କୁ ଗୃହର ଚାବି ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ମୁଁ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ପାଇଛି। ଗତ ୯ବର୍ଷରେ, ଆମେ ଦେଶରେ କାର୍ଯ୍ୟ କରିବାର ଏକ ନୂତନ ଶୈଳୀ ବିକାଶ କରିଛୁ। ବର୍ତ୍ତମାନ ଯେଉଁ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଏହାକୁ ଶୀଘ୍ର ସମାପ୍ତ କରିବାକୁ ସମସ୍ତ ପ୍ରୟାସ କରାଯିବ। ଆମେ ଗୋଟିଏ କାର୍ଯ୍ୟ ସମାପ୍ତ କରିବା ମାତ୍ରେ, ଆମେ ଅନ୍ୟ ଏକ କାର୍ଯ୍ୟ ଆରମ୍ଭ କରିଛୁ।

ଦେଶରେ ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଭାଜପା ଗୁରୁତ୍ୱ ପ୍ରଦାନ କରୁଛି। ଯେତେବେଳେ ସରକାର ନିଜେ ଲୋକଙ୍କ ଦ୍ୱାରକୁ ଯାଆନ୍ତି, ଭେଦଭାବ ଶେଷ ହୁଏ, ଦୁର୍ନୀତି ଶେଷ ହୁଏ, ପରିବାରବାଦ ସମାପ୍ତ ହୋଇଥାଏ।

ସ୍ବାଧୀନତା ପରଠାରୁ ଦଶନ୍ଧି ବିତିଯାଇଛି କିନ୍ତୁ ଡାମନ, ଡିୟୁ, ଦାଦରା ଏବଂ ନଗର ହାଭେଲିରେ ଗୋଟିଏ ବି ମେଡିକାଲ କଲେଜ ପ୍ରତିଷ୍ଠା ହୋଇନାହିଁ । ଯେଉଁମାନେ ଦଶନ୍ଧି ଧରି ଦେଶକୁ ଶାସନ କରିଥିଲେ ସେମାନେ ଏଠାରେ ଥିବା ଯୁବବର୍ଗମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ କଦାପି ଚିନ୍ତା କରି ନ ଥିଲେ। ସେମାନେ ବୁଝିିଥିଲେ ଯେ ଏହି ଛୋଟ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ କରି ସେମାନେ କିଛି ପାଇବେ ନାହିଁ । ମାତ୍ର ଭାଜପା ସରକାର ଏହି ଅଞ୍ଚଳର ବିକାଶ ପାଇଁ ବିଭିନ୍ପନ ପଦକ୍ଷେପ ଗ୍ରହଣ କରିଛି।

 

Share