ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ର ନୂତନ ଭାଜପା ଯୁବମୋର୍ଚ୍ଚା ଟିମ୍‌ର ନାମ ଘୋଷଣା ହୋଇଛି। ଏହି ନୂତନ କର୍ମକର୍ତ୍ତା ତାଲିକାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ପ୍ରଭାବଶାଳୀ ଯୁବନେତା ତଥା ଛାତ୍ର ସଂଗଠକ ଲିଙ୍ଗରାଜ ମହାପାତ୍ରଙ୍କୁ ବୃତ୍ତିଗତ ଓ ଯୁବ ବ୍ୟାପାର ସଂଯୋଜକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଲିଙ୍ଗରାଜ ମହାପାତ୍ର ପୂର୍ବରୁ ଛାତ୍ର ବିଜେଡିରେ ରହି ଜିଲାର ବିଭିନ୍ନ ପ୍ରମୁଖ ପଦପଦବୀ ସମ୍ଭାଳିବା ସହ ସଂଗଠନକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅଞ୍ଚଳରେ ଜଣେ ସୁସଂଗଠକ, ସମାଜସେବୀ ଏବଂ ଲୋକପ୍ରିୟ ଯୁବନେତା ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କର ଏହି ଦକ୍ଷତା ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ନୂତନ ଜିଲ୍ଲାସ୍ତରୀୟ ଦାୟିତ୍ୱ ଅର୍ପଣ କରିଛି। ଲିଙ୍ଗରାଜଙ୍କ ଦାୟିତ୍ୱ ପରେ ଅଞ୍ଚଳର ଯୁବବର୍ଗ ଓ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Dharitri – Odisha’s No.1 Odia Daily