Categories: ଜାତୀୟ

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଭାଜପା

ନୂଆଦିଲ୍ଲୀ,୮।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କର୍ନାଟକରେ ଦେଇଥିବା ମନ୍ତବ୍ୟକୁ ନେଇ ଭାଜପା ବିରୋଧ କରିଛି। ଏଥିସହ ଭାଜପା ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛି। ଏପରିକି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡିଛି।

ଏହା ସହ ଭାଜପା ନିର୍ବାଚନ ଆୟୋଗଙ୍କୁ କହିଛି, ଦୁର୍ନୀତି ହାର କାର୍ଡ ଧାରଣ କରିଥିବା ବିଜ୍ଞାପନ ସମ୍ପର୍କରେ କଂଗ୍ରେସ ଦଳ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, ତେଣୁ ଭାଜପାକୁ ଲିଖିତ ଆକାରରେ କ୍ଷମା ମାଗିବାକୁ ପଡ଼ିବ। ଭାଜପା ପ୍ରତିନିଧୀ ଏହା ମଧ୍ୟ କହିଛନ୍ତି , ଆସନ୍ତା ୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା କଂଗ୍ରେସକୁ ନିର୍ବାଚନ କମିଶନଙ୍କ ନୋଟିସର ଜବାବ ଦେବାର ଥିଲା। ହେଲେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଭାଜପା ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ମେ’ ୬ ରେ ନିର୍ବାଚନୀ ପ୍ରଚାର ସମୟରେ ଭାଜପାକୁ ଟାର୍ଗେଟ କରି କହିଥିଲେ, କର୍ନାଟକର ପ୍ରତିଷ୍ଠା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପାଇଁ କଂଗ୍ରେସ କାହାକୁ ବିପଦ ସୃଷ୍ଟି କରିବାକୁ ଦେବ ନାହିଁ। ଏହି ବିବୃତ୍ତିକୁ ନେଇ କଂଗ୍ରେସ ତାର ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲା। ଏହି ବିବୃତ୍ତି ସହିତ ଭାଜପା ସୋନିଆ ଗାନ୍ଧୀଙ୍କ ଉପରେ ପାଲଟା ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।
ତେବେ ସୋନିଆ ଗାନ୍ଧୀ ଦେଇଥିବା ଭାଷଣରେ କର୍ନାଟକର ସାର୍ବଭୌମତ୍ୱ ଶବ୍ଦ ବ୍ୟବହାର କରିଥିଲେ। ତେବେ ସାର୍ବଭୌମତ୍ୱ ଶବ୍ଦ କେବଳ ଦେଶକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Share