Advertisement
Posted inଜାତୀୟ

‘ଭାଜପା ନେତା ସୃଷ୍ଟି କରେ ନାହିଁ, କେବଳ ଅନ୍ୟ ଦଳର ବିଧାୟକଙ୍କୁ ଉଠାଇ ନେଇଯାଏ’

ଅହମ୍ମଦାବାଦ,୧୫।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇପଡ଼ିଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ କଂଗ୍ରେସରୁ ରାଜ୍ୟ ସଭା ଏମ୍‌ପି ଥିବା ଆମିବେନ୍‌ ୟାଗନିକ୍‌ ଭାଜପା ଉପରେ ବଡ ଅଭିଯୋଗ ଲଗାଇଛନ୍ତି। ଭାଜପା ନେତା ସୃଷ୍ଟି କରେ ନାହିଁ। କେବଳ ଅନ୍ୟ ଦଳର ନେତାମାନଙ୍କୁ ନେଇଥାନ୍ତି ବୋଲି ସେ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ସହ ମୁହାଁମୁହିଁ ହୋଇ ଆମିବେନ୍‌ ଭାଜପା କଂଗ୍ରେସ ବିଧାୟକଙ୍କୁ ଭାଙ୍ଗି ଦଳରେ ସାମିଲ କରୁଥିବା କହିଛନ୍ତି। ଯଦି କଂଗ୍ରେସ ଉତ୍ସାହର ସହ ନିର୍ବାଚନ ଲଢ଼ୁ ନ ଥାନ୍ତା ତେବେ ଏସବୁ ଦଳବଦଳ ଦେଖିବାକୁ ମିଳନ୍ତା ନାହିଁ। ସୋମାନେ ଆମ ଦଳର ବିଧାୟକମାନଙ୍କୁ ଉଠାଇ ନିଅନ୍ତେ ନାହିଁ। ଭାଜପା ନେତା ସୃଷ୍ଟି କରେ ନାହିଁ। ବରଂ ସେ ଅନ୍ୟ ଦଳର ନେତାମାନଙ୍କୁ ନେଇଯାଏ। ଦେଖିବାକୁ ଗଲେ ଭାଜପା ସମସ୍ତ ପୁରୁଣା ନେତାଙ୍କୁ ବସାଇ ଦେଇଛି। ନୂତନ ଲୋକଙ୍କୁ ଆଣିଛି ବୋଲି ସେ କହିଛନ୍ତି।

ଏହାଛଡ଼ା ଆମିବେନ୍‌ ରାହୁଲଙ୍କୁ ମୁଖ୍ୟ ବ୍ୟାଟ୍ସମ୍ୟାନ୍‌ ବୋଲି କହିଛନ୍ତି। ରାହୁଲ ଏବେ ଭାରତ ଯୋଡୋ ଯାତ୍ରା କରୁଛନ୍ତି। ବଡ ମିଶନରେ ଲାଗିଛନ୍ତି।  କଂଗ୍ରେସର ନୂଆ ଅଧ୍ୟକ୍ଷ ଆସିବେ। ସବୁ ସ୍ଥାନରେ ଗୋଟିଏ ବ୍ୟାଟ୍ସମ୍ୟାନ୍‌ କୁହନ୍ତି ନାହିଁ। ଅନ୍ୟମାନେ ମଧ୍ୟ ମୋର୍ଚ୍ଚା ସମ୍ଭାଳୁଛନ୍ତି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟରେ ଭାରତ ପାଖରେ ରହିଛି ଶ୍ରେଷ୍ଠ ମାନବ ସମ୍ବଳ: ଜୟଶଙ୍କର

ନୂଆଦିଲ୍ଲୀ,୧୫।୬: କରୋନା ସଙ୍କଟ ସମୟରେ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ତେବେ ଭାରତ ପାଖରେ ଶ୍ରେଷ୍ଠ ମାନବ ସମ୍ବଳ ରହିଛି। ଯାହାକିି ଆଗାମୀ...

ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା...

ଗଣତନ୍ତ୍ର ସୂଚକାଙ୍କ: ଭାରତ ସ୍ଥାନ ଖସିଲା

ନୂଆଦିଲ୍ଲୀ, ୪ା୨: ଗଣତନ୍ତ୍ର ସୂଚକାଙ୍କ-୨୦୨୦ରେ ବିଶ୍ୱସ୍ତରୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୨ଟି ସ୍ଥାନ ତଳକୁ ଖସିଛି। ପୂର୍ବରୁ ଭାରତ ୫୧ ନମ୍ବରରେ ଥିବାବେଳେ ଏବେ ନଂ. ୫୩ରେ...

ମହାପଞ୍ଚାୟତରୁ ମହାସଂଗ୍ରାମ

ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ...

ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ଲାଗିଲା ନିଆଁ

ପୂର୍ବ ଗୋଦାବରୀ,୬।୯: ରବିବାର ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଥିବା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ନିଆଁ ଲାଗିଥିବା ସୂଚନା ମିଳିଛି। ହେଲେ...

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ସଂସଦରେ ନିଜର ପୋଷାକ ଚିରିଲେ ପିଡିପି ନେତା

ନୂଆଦିଲ୍ଲୀ,୫।୮: ରାଜ୍ୟସଭାରେ ସୋମବାର ହଟ୍ଟଗୋଳ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ। ଏହାପରେ ସଂସଦରେ ବହୁ...

ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ

କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

ପୁଣି ଫେଲ୍‌ ମାରିଲା ଚାଷୀ-ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ,୫ା୧୨: ଶନିବାର କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ପୁଣି ଥରେ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା...

Advertisement
Archives

Model This Week