ବିଜେଡି କଥାରେ ରାଜି ହେଉନି ଭାଜପା, ସିଟ୍‌ ବଣ୍ଟାକୁ ନେଇ କେଁ

ଭୁବନେଶ୍ୱର,୮।୩: ଭାଜପା-ବିଜେଡି ମେଣ୍ଟ ଡିଲ୍‌ ଫାଇନାଲ । ଦିଲ୍ଲୀରେ ଭାଜପାର କୋର୍‌ ଟିମ ସହ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ । ସେପଟେ ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ତେବେ ମେଣ୍ଟ ଚର୍ଚ୍ଚା ଏକରକମ ଫାଇନାଲ ହୋଇ ଯାଇଥିଲେ ହେଁ କାହିଁକି ଘୋଷଣା ହେଇପାରୁନି ଆଉ କେଉଁଠି କେଁ ରହୁଛି ତା’କୁ ନେଇ ଦିନକୁ ଦିନ ସସପେନ୍ସ ଜାରି ରହିଛି। ଦୁଇ ଦଳର ନେତା କହୁଛନ୍ତି ମେଣ୍ଟ ନେଇ ଆଲୋଚନା ଚାଲିଛି । କିନ୍ତୁ ଘୋଷଣା ହେବା ଲାଗି ଦିନ ବିତୁଛି ହେଲେ ଘୋଷଣା ହୋଇ ପାରୁନାହିଁ।

ଶୁଣିବାକୁ ମିଳୁଛି ଦୁଇ ଦଳ ମେଣ୍ଟ ପାଇଁ ପୂରାପୂରି ଭାବେ ରାଜି । କେନ୍ଦ୍ରୀୟ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏଥିପାଇଁ ରାଜି । କିନ୍ତୁ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ କେଁ ରହିଥିବା କୁହାଯାଉଛି । ମେଣ୍ଟ ହେଲେ କାହାକୁ କେତେ ସିଟ ମିଳିବ ସେ ନେଇ ଭାଗ ଛିଡୁ ନ ଥିବା ସୂଚନା ମିଳିଛି। ମେଣ୍ଟ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଥିବା ବେଳେ ସେହି ସମାନ କଥା ଚର୍ଚ୍ଚା ହେଉଛି ଯେ, ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନି । ଯେଉଁଥି ପାଇଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି ।
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ବିଜେଡି ଦୁଇଟି ବଡ ଏବଂ ଚର୍ଚ୍ଚିତ ଲୋକସଭା ଆସନ ଛାଡିବାକୁ ଚାହୁଁନି । ଆଉ ସେହି ଦୁଇ ଆସନ ହେଉଛି ପୁରୀ ଏବଂ ଭୁବନେଶ୍ବର । ପୁରୀ ଆସନ ବିଜେଡି ପାଖରେ ଥିବାବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଭାଜପା ପାଖରେ ରହିଛି । ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଛାଡିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି । କେବଳ ସେତିକି ନୁହେଁ ୧୦୦ରୁ ଅଧିକ ବିଧାନସଭା ଆସନ ଲଢ଼ିବାକୁ ଚାହୁଁଛି BJD । କିନ୍ତୁ ଏଥିପାଇଁ BJP ରାଜି ନ ଥିବା କୁହାଯାଉଛି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମେଣ୍ଟ ହେଲେ ବିଧାନସଭା ସିଟ ୯୮:୪୯ରେ ଭାଗ କରିବାକୁ ଚାହୁଁଛି ଭାଜପା । ଅର୍ଥାତ ବିଜେଡି ୯୮ଟି ସିଟ ଏବଂ ଭାଜପା ୪୯ଟି ସିଟ ନେବାକୁ ଚାହୁଁଛି । ସେପଟେ ଲୋକସଭାରେ ଭାଜପା ୧୪ଟି ଏବଂ ବିଜେଡି ୭ଟି ସିଟ ଲଢିବାକୁ ଚାହୁଁଛି । କିନ୍ତୁ ଏଥିରେ ମଧ୍ୟ ରାଜି ହେଉନି ବିଜେଡି । ଆସନ ବୁଝାମଣା ନେଇ ଅଙ୍କ ଛିଡ଼ୁ ନ ଥିବାରୁ ହେଉଛି ଢେରି ହେଉଛି। ତେବେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଥିବାବେଳେ ମେଣ୍ଟ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ…

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ଇଚ୍ଛାମୃତ୍ୟୁ ପାଇଁ ଅନୁମତି: ଔଷଧି ଧରି ଆସିଲେ ବାବା, ଦାବି କଲେ ହରିଶଙ୍କୁ ସୁସ୍ଥ କରିବେ, ଛଅ ଘଣ୍ଟା ଧରି ଫାଟକରେ ଅପେକ୍ଷା କଲେ

ଗାଜିଆବାଦ,୧୪।୩: ରାଜସ୍ଥାନର ଭିଲୱାଡ଼ାର ବାସିନ୍ଦା ସ୍ବାମୀ ଅଖଣ୍ଡାନନ୍ଦ ଶୁକ୍ରବାର ହରିଶ ରାଣାଙ୍କୁ ଭେଟିବା ପାଇଁ ରାଜ ଏମ୍ପାୟାର ସୋସାଇଟିରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଯେ ସେ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୪।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

ଏହି ପନିପରିବା, ଫଳକୁ ଏକାଠି ରଖୁଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା କ’ଣ ଘଟେ…

ଲୋକମାନେ ପ୍ରାୟତଃ ବଜାରରୁ ବହୁ ପରିମାଣର ଫଳ ଏବଂ ପନିପରିବା କିଣି କିଛି ଦିନ ପାଇଁ ଫ୍ରିଜରେ ରଖନ୍ତି। କିଛି ଦିନ ମଧ୍ୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ।…

ବରଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଜିଲା ଓ…

ଘୋଷଣା ହେବ ଆସାମ, ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ନିର୍ବାଚନ ତାରିଖ! ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ,୧୫।୩: ରବିବାର ସାରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ କମିଶନ (ECI) ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ସମୟରେ ପାଞ୍ଚଟି…

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri