ବିଜେଡି କଥାରେ ରାଜି ହେଉନି ଭାଜପା, ସିଟ୍‌ ବଣ୍ଟାକୁ ନେଇ କେଁ

ଭୁବନେଶ୍ୱର,୮।୩: ଭାଜପା-ବିଜେଡି ମେଣ୍ଟ ଡିଲ୍‌ ଫାଇନାଲ । ଦିଲ୍ଲୀରେ ଭାଜପାର କୋର୍‌ ଟିମ ସହ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ । ସେପଟେ ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ତେବେ ମେଣ୍ଟ ଚର୍ଚ୍ଚା ଏକରକମ ଫାଇନାଲ ହୋଇ ଯାଇଥିଲେ ହେଁ କାହିଁକି ଘୋଷଣା ହେଇପାରୁନି ଆଉ କେଉଁଠି କେଁ ରହୁଛି ତା’କୁ ନେଇ ଦିନକୁ ଦିନ ସସପେନ୍ସ ଜାରି ରହିଛି। ଦୁଇ ଦଳର ନେତା କହୁଛନ୍ତି ମେଣ୍ଟ ନେଇ ଆଲୋଚନା ଚାଲିଛି । କିନ୍ତୁ ଘୋଷଣା ହେବା ଲାଗି ଦିନ ବିତୁଛି ହେଲେ ଘୋଷଣା ହୋଇ ପାରୁନାହିଁ।

ଶୁଣିବାକୁ ମିଳୁଛି ଦୁଇ ଦଳ ମେଣ୍ଟ ପାଇଁ ପୂରାପୂରି ଭାବେ ରାଜି । କେନ୍ଦ୍ରୀୟ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏଥିପାଇଁ ରାଜି । କିନ୍ତୁ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ କେଁ ରହିଥିବା କୁହାଯାଉଛି । ମେଣ୍ଟ ହେଲେ କାହାକୁ କେତେ ସିଟ ମିଳିବ ସେ ନେଇ ଭାଗ ଛିଡୁ ନ ଥିବା ସୂଚନା ମିଳିଛି। ମେଣ୍ଟ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଥିବା ବେଳେ ସେହି ସମାନ କଥା ଚର୍ଚ୍ଚା ହେଉଛି ଯେ, ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନି । ଯେଉଁଥି ପାଇଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି ।
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ବିଜେଡି ଦୁଇଟି ବଡ ଏବଂ ଚର୍ଚ୍ଚିତ ଲୋକସଭା ଆସନ ଛାଡିବାକୁ ଚାହୁଁନି । ଆଉ ସେହି ଦୁଇ ଆସନ ହେଉଛି ପୁରୀ ଏବଂ ଭୁବନେଶ୍ବର । ପୁରୀ ଆସନ ବିଜେଡି ପାଖରେ ଥିବାବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଭାଜପା ପାଖରେ ରହିଛି । ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଛାଡିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି । କେବଳ ସେତିକି ନୁହେଁ ୧୦୦ରୁ ଅଧିକ ବିଧାନସଭା ଆସନ ଲଢ଼ିବାକୁ ଚାହୁଁଛି BJD । କିନ୍ତୁ ଏଥିପାଇଁ BJP ରାଜି ନ ଥିବା କୁହାଯାଉଛି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମେଣ୍ଟ ହେଲେ ବିଧାନସଭା ସିଟ ୯୮:୪୯ରେ ଭାଗ କରିବାକୁ ଚାହୁଁଛି ଭାଜପା । ଅର୍ଥାତ ବିଜେଡି ୯୮ଟି ସିଟ ଏବଂ ଭାଜପା ୪୯ଟି ସିଟ ନେବାକୁ ଚାହୁଁଛି । ସେପଟେ ଲୋକସଭାରେ ଭାଜପା ୧୪ଟି ଏବଂ ବିଜେଡି ୭ଟି ସିଟ ଲଢିବାକୁ ଚାହୁଁଛି । କିନ୍ତୁ ଏଥିରେ ମଧ୍ୟ ରାଜି ହେଉନି ବିଜେଡି । ଆସନ ବୁଝାମଣା ନେଇ ଅଙ୍କ ଛିଡ଼ୁ ନ ଥିବାରୁ ହେଉଛି ଢେରି ହେଉଛି। ତେବେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଥିବାବେଳେ ମେଣ୍ଟ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସୀମାନ୍ତ ଗ୍ରାମରେ ଲୋକଙ୍କୁ କଲେ ଏକାଠି: ୧୨ଟି ଗ୍ରାମ ଆନ୍ଧ୍ର ରାଜ୍ୟର ଦାବି କରି…

ପଟ୍ଟାଙ୍ଗି,୨୮।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମରେ ଆନ୍ଧ୍ର ରାଜ୍ୟର ଜନସେନା ଦଳ ଗ୍ରାମବାସୀଙ୍କୁ ଏକାଠି…

ଦାରିଙ୍ଗବାଡି ଅଞ୍ଚଳରେ ବନ୍ଦର ପ୍ରଭାବ ଶୂନ: ଦୋକାନ ବଜାର ଖୋଲା

ଦାରିଙ୍ଗବାଡ଼ି, ୨୮।୧(ଅରୁଣ ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ…

ନୀରବି ଗଲେ ମହାରାଷ୍ଟ୍ର ରାଜନୀତିର ‘ପିତାମହ’: ଦାଦାଙ୍କଠାରୁ ଶିଖିଥିଲେ କୌଶଳ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଜିଲା ପରିଷଦ…

ଓଡ଼ିଶା ବନ୍ଦ ପ୍ରଭାବ: ରାସ୍ତାରେ ଛିଡା ହୋଇଛି ଶହ ଶହ ଗାଡ଼ି

ଧର୍ମଶାଳା,୨୮।୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ ରାସ୍ତା ବନ୍ଦ…

ପ୍ଲେନ୍‌ କ୍ରାଶ୍‌ରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୬ ଜଣଙ୍କ ପରଲୋକ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ଅଜିତ ପାୱାରଙ୍କ ବିମାନ କ୍ରାଶ: ଅବତରଣ କରୁଥିବାବେଳେ ଜଳିଗଲା

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ଅଜିତ ପାୱାର ମଧ୍ୟ ବିମାନରେ…

ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ବରଗଡ଼ରେ ଗାଡି ଚଳାଚଳ ଠପ୍‌

ବରଗଡ,୨୮।୧(ପ୍ରେମାନନ୍ଦ ଖମାରୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସଂଯୁକ୍ତ କୃଷକ ସଙ୍ଗଠନ, କୋଶଲ ସେନା, କଂଗ୍ରେସ…

ଟୁଇନ ସିଟିରେ ବନ୍ଦ ପ୍ରଭାବ: ଗଡ଼ୁନି ଘରୋଇ ବସ୍‌

ଭୁବନେଶ୍ୱର,୨୮ା୧: ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri