Posted inଜାତୀୟ

କୁଢ଼ନିରେ ଜେଡିୟୁକୁ ହରାଇଲା ଭାଜପା

ମୁଜଫରପୁର,୮।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବର୍ଷ ଅଗଷ୍ଟ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ କୁଢ଼ନି ଉପନିର୍ବାଚନର ଫଳାଫଳ ଭାଜପା ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଅନ୍ୟପଟେ ଉପନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଝଟ୍‌କା ଲାଗିଛି। ଏହି ଉପନିର୍ବାଚନରେ ଲୋକମାନେ ଜନତା ଦଳ ୟୁନାଇଟେଡ(ଜେଡିୟୁ)କୁ ପ୍ରତ୍ୟାଖ୍ୟାନ କରି ଭାଜପାକୁ ସମର୍ଥନ ଜଣାଇଛନ୍ତି। ଏହି ଆସନର ପ୍ରାର୍ଥୀଙ୍କ ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଜୋରଦାର ପ୍ରଚାର କରିଥିଲେ। କୁଢ଼ନିରେ ଭାଜପା ୩୬୩୨ ଭୋଟ ବ୍ୟବଧାନରେ ଜେଡିୟୁକୁ ହରାଇଛି। ଭାଜପା ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ୭୬୬୪୮ ଭୋଟ ହାତେଇଥିବା ବେଳେ ଜେଡିୟୁ ପ୍ରାର୍ଥୀ ମନୋଜ କୁଶଓ୍ବା ୭୩୦୧୬ ଭୋଟ ପାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ନୀତିଶ କୁମାର ଏନ୍‌ଡିଏମେଣ୍ଟରୁ ବାହାରିବା ପରେ ବିହାରରେ ଏହା ପ୍ରଥମ ନିର୍ବାଚନ ରହିଥିଲା। ଯେଉଁଠାରେ ଜେଡିୟୁର ସିଧାସଳଖ ପ୍ରତିଦ୍ୱନ୍ଦିତା ଭାଜପା ସହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri