Categories: ଜାତୀୟ

ଫାରୁକ୍‌ଙ୍କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ, ୧୩ା୧୦:ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ମନ୍ତବ୍ୟକୁ ନେଇ ଭାଜପା ତୀବ୍ର ସମାଲୋଚନା କରିଛି। ଚାଇନା ୩୭୦ ଧାରା ଉଚ୍ଛେଦକୁ ବେଆଇନ ବୋଲି କହୁଛି। ଏହାର ସହାୟତାରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ପୁନଃ ଲାଗୁ କରାଯିବ ବୋଲି ଫାରୁକ୍‌ କହିଥିଲେ। ଏହାକୁ ବିରୋଧ କରି ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ୩୭୦ ଉଚ୍ଛେଦ ପରେ ଚାଇନାର ଅନୁପ୍ରବେଶ ଉଦ୍ୟମ କରାଯାଇଛି କହିବା ଭୁଲ୍‌। ଆଇନ ପ୍ରଣୟନ ହେବା ପରେ ଏଭଳି ଦେଶଦ୍ରୋହୀ କଥା ଜଣେ ସାଂସଦ କହିବା ଅନୁଚିତ। ଶତ୍ରୁରାଷ୍ଟ୍ର ଚାଇନା ଓ ପାକିସ୍ତାନ ପ୍ରତି ଏଭଳି କୋମଳତା କେଉଁଠାରୁ ଆସିଲା ବୋଲି ପାତ୍ର ପ୍ରଶ୍ନ କରିଛନ୍ତି। ଫାରୁକ୍‌ ଚାଇନା ସହଯୋଗୀ ଭାବେ କଥା କହୁଛନ୍ତି। ତେବେ ଫାରୁକ୍‌ ଗାନ୍ଧୀ ଓ ରାହୁଲ ଅବ୍‌ଦୁଲ୍ଲା କହିବାରେ କିଛି ଭୁଲ୍‌ନାହିଁ।

Share