Posted inଜାତୀୟ

ବଢ଼ୁଛି ପୋଷ୍ଟର ଓ୍ବାର୍‌: ମୋଦିଙ୍କୁ ‘ସବୁଠୁ ବଡ଼ ମିଛୁଆ’ କହିଲା କଂଗ୍ରେସ, ରାହୁଲଙ୍କୁ ‘ରାବଣ’ ବେଶରେ ସଜାଇଲା ଭାଜପା

ନୂଆଦିଲ୍ଲୀ,୬।୧୦: ୨୦୨୪ ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ଶାସକ-ବିରୋଧୀ ଦଳ ମଧ୍ୟରେ ପୋଷ୍ଟର ଓ୍ବାର(ଆକ୍ରମଣ) ବୃଦ୍ଧି ପାଉଛି। ସୋସିଆଲ ମିଡିଆରୁ ଏହା ପ୍ରଥମେ ଆରମ୍ଭ ହୋଇ ପରସ୍ପର ବିରୋଧରେ କଟାକ୍ଷରେ ପହଞ୍ଚୁଛି। ଏହି କ୍ରମରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଏକ ଫଟୋ ପୋଷ୍ଟ କରି ‘ସବୁଠାରୁ ବଡ଼ ମିଛୁଆ’ ଏବଂ ‘ଜୁମ୍‌ଲା ବଏ’ ବୋଲି ଲେଖାଯାଇଥିଲା। ଏହାର ଗୋଟିଏ ଦିନ ପରେ ଭାଜପା ରାହୁଲ ଗାନ୍ଧୀଙ୍କୁ ରାବଣ କହି ତାଙ୍କର ଏକ ପୋଷ୍ଟର ଶେୟାର କରିଛି। ପୋଷ୍ଟରକୁ ନେଇ ଭାଜପା ଉପରେ ଖପ୍ପା ହୋଇଛି କଂଗ୍ରେସ।

ରାହୁଲଙ୍କୁ ରାବଣ ସଜାଇବାର ପୋଷ୍ଟରକୁ ନାପସନ୍ଦ କରି କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଭାଜପାର ଆଧିକାରୀକ ହ୍ୟାଣ୍ଡେଲରୁ ରାହୁଲଙ୍କୁ ରାବଣ ରୂପରେ ଦେଖାଇଥିବା ଏକ ନୃଶଂସ ଗ୍ରାଫିକ୍ସର ଅସଲ ଉଦ୍ଦେଶ୍ୟ କ’ଣ? ଏହାର ଉଦ୍ଦେଶ୍ୟ କଂଗ୍ରେସ ଏମ୍‌ପି ତଥା ଦଳର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ହିଂସାକୁ ବୃଦ୍ଧି କରିବା ଏବଂ ଉକୁସାଇବା, ଯାହାଙ୍କ ବାପା ଏବଂ ଜେଜେମା’ଙ୍କୁ ହତ୍ୟା କରିଦିଆଯାଇଥିଲା। ସେମାନେ ଏବେ ଭାରତକୁ ବିଭାଜିତ କରିବାକୁ ଚାହୁଁଛନ୍ତି ବୋଲି ଜୟରାମ କହିଛନ୍ତି।

ତେବେ ଟୁଇଟରରେ ଭାଜପା ପୋଷ୍ଟର ଶେୟାର କରି କ୍ୟାପଶନରେ ଭାରତ ବିିପଦରେ-ଏକ କଂଗ୍ରେସ ଦଳ ପ୍ରଡକ୍ସନ। ଜର୍ଜ ସୋରେସଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ବ୍ୟକ୍ତିି ନୂଆ ଯୁଗର ରାବଣ। ସେ ଦୁଷ୍ଟ। ଧର୍ମ ବିରୋଧି। ରାମ ବିରୋଧୀ। ତାଙ୍କର ଉଦ୍ଦେଶ୍ୟ ଭାରତକୁ କ୍ଷତି ପହଞ୍ଚାଇବା ବୋଲି ଲେଖିଥିଲା। ଏହାକୁ ନେଇ ଏବେ କଂଗ୍ରେସର ନେତାମାନେ ତିବ୍ର ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri