Categories: ଜାତୀୟ

ଦେଶ ପାଇଁ ୫ ଅଗଷ୍ଟ ଶୁଭଦିନ: ଭାଜପା

ନୂଆଦିଲ୍ଲୀ,୫ ।୮: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏହି ପଦକ ଜିତିଛି ଦେଶ । ଏହାକୁ ନେଇ ଏବେ ଦେଶରେ ଉଲ୍ଲାସର ପରିବେଶ । ଏହି ଖୁସିକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଅନୁଚ୍ଛେଦ ୩୭୦ ଓ ରାମ ମନ୍ଦିର ସହ ଯୋଡିଛି । ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଅଗଷ୍ଟ ୫ ଦେଶ ପାଇଁ ଶୁଭଦିନ । ସେ କହିଛନ୍ତି ୨ ବର୍ଷ ତଳେ ଠିକ୍ ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫ଏକୁ ହଟାଇ ଦିଆଯାଇଥିଲା । ସେହିପରି ଗତ ବର୍ଷ ଅର୍ଥାତ୍ ୧ ବର୍ଷ ତଳେ ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଲାଗି ଭୂମି ପୂଜା କରାଯାଇଥିଲା । ଏହାପରେ ସେଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ସେମିତି ଚଳିତ ବର୍ଷ ଠିକ୍ ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ହାସଲ କରି ଇତିହାସ ରଚିଛି । ତେଣୁ ଅଗଷ୍ଟ ୫ ଦେଶପାଇଁ ଶୁଭ ବୋଲି ଭାଜପା କହିଛି ।

Share