ଏମ୍‌ପି ଟିକେଟକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱରେ ଭାଜପା:ଏଥର ବସନ୍ତ ନା ବିକଳ୍ପ

ଭବାନୀପାଟଣା,୧୨ା୩(ଉତ୍ତମ କୁମାର ଦାଶ):ବିଜେଡିି-ଭାଜପା ମେଣ୍ଟ ହେବାକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ ଦେଖାଦେଇଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭାଜପାରେ ଦେଖାଦେଇଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଭାଜପା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗତ ବୁଧବାର ଭବାନୀପାଟଣା ଦଳୀୟ କାର୍ଯ୍ୟାଳୟ ଓ ସର୍କିଟ ହାଉସ୍‌ଠାରେ କଳାହାଣ୍ଡି ଲୋକ ସଭା ଓ ବିଧାନସଭା ଆସନକୁ ନେଇ ଦଳୀୟ ମତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ବଲାଙ୍ଗୀର ଜିଲାର ଶିବାଜୀ ମହାନ୍ତି ଓ ନବରଙ୍ଗପୁରର ପୂର୍ବତନ ଏମ୍‌ପି ବଳଭଦ୍ର ମାଝି ଯୋଗଦେଇ ଜିଲା କାର୍ଯ୍ୟକାରିଣୀ, ଜିଲାର ପଦାଧିକାରୀ ଓ ରାଜ୍ୟ ପଦାଧିକାରୀମାନଙ୍କୁ ୱାନ୍‌-ଟୁ-ୱାନ୍‌ ଡକାଯାଇ ଗ୍ରୀନ୍‌ ରୁମ୍‌ରେ ବ୍ୟକ୍ତିଗତ ମତ ସଂଗ୍ରହ କରିଥିଲେ। ଚିଟ୍‌ରେ ସେମାନେ ମତପ୍ରଦାନ କରିଥିଲେ। ଭାଜପା ଦଳୀୟ ସୂତ୍ରରୁ ଯାହା ସାମ୍ନାକୁ ଆସିଛି ବର୍ତ୍ତମାନର ଏମ୍‌ପି ବସନ୍ତ ପଣ୍ଡାଙ୍କ ବିପକ୍ଷରେ ଜିଲାର ପଦାଧିକାରୀମାନେ ମତ ଦେଇଥିବା ଜଣାପଡ଼ିଛି। କେବଳ ସେତିକି ନୁହଁ, ଏହି କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ସଭିଏଁ ଏମ୍‌ପି ପଣ୍ଡାଙ୍କ ବିରୋଧରେ ମତପ୍ରକାଶ କରିବା ଚର୍ଚ୍ଚାର ବିଷୟ ହୋଇଛି। ବିଗତ ୫ ବର୍ଷରେ ଲୋକ ସଭା ଏମ୍‌ପି ପଣ୍ଡା କଳାହାଣ୍ଡିରେ ତାଙ୍କ କାର୍ଯ୍ୟାଳୟଟିଏ କଲେ ନାହିଁ। ଦଳୀୟ ନେତା କର୍ମୀଙ୍କୁ ଉପେକ୍ଷା କରିଆସିଛନ୍ତି। ତାଙ୍କ ପରିବର୍ତ୍ତେ ଦଳ ଲୋକ ସଭା ଆସନ ଟିକେଟ ଆଶାୟୀ ଥିବା ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରୁ ଯାହାକୁ ଦେଲେ ବି ଗ୍ରହଣ କରାଯିବ ବୋଲି ଆଲୋଚନା ହେଉଛି। ମାତ୍ର ଏମ୍‌ପି ପଣ୍ଡାଙ୍କୁ ଟିକେଟ ଦେଲେ ଅସହଯୋଗ କରାଯିବ ବୋଲି ଜିଲାର ଅନେକ ନେତା ଓ କର୍ମୀ ମତପୋଷଣ କରୁଛନ୍ତି। ଏହା ପୂର୍ବରୁ ଗତ ୫ ତାରିଖ ନର୍ଲାଠାରେ ଆୟୋଜିତ ଇଏଲ୍‌ପିଓ ୱାର୍କଶପ୍‌ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଏମ୍‌ପି ପଣ୍ଡା ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ସ୍ଥାନୀୟ ନେତା ଓ କର୍ମୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ପୂର୍ବରୁ କଳାହାଣ୍ଡିରେ ଏଭଳି ଏକାଧିକ କାର୍ଯ୍ୟକ୍ରମରେ ଏମ୍‌ପି ପଣ୍ଡାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ଯୋଗୁ ହଟହଟା ହେବାକୁ ପଡ଼ିଛି।
ବର୍ତ୍ତମାନ ସ୍ଥିତିରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ ଓ ତାଙ୍କ ସ୍ତ୍ରୀ ମାଳବିକା ଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁନୀତ ମୁଣ୍ଡ୍‌ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ୍‌ କଳାହାଣ୍ଡି ଲୋକ ସଭା ଆସନ ସକାଶେ ଆଶାୟୀ ଅଛନ୍ତି। ତେଣୁ ଏମାନେ ବସନ୍ତଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏଭଳି ସ୍ଥଳେ ଭାଜପା ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଦେଖି ଏବେ କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଆଗାମୀ ନିର୍ବାଚନରେ ଭଲ ସୁଯୋଗ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri