ଏମ୍‌ପି ଟିକେଟକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱରେ ଭାଜପା:ଏଥର ବସନ୍ତ ନା ବିକଳ୍ପ

ଭବାନୀପାଟଣା,୧୨ା୩(ଉତ୍ତମ କୁମାର ଦାଶ):ବିଜେଡିି-ଭାଜପା ମେଣ୍ଟ ହେବାକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ ଦେଖାଦେଇଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭାଜପାରେ ଦେଖାଦେଇଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଭାଜପା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗତ ବୁଧବାର ଭବାନୀପାଟଣା ଦଳୀୟ କାର୍ଯ୍ୟାଳୟ ଓ ସର୍କିଟ ହାଉସ୍‌ଠାରେ କଳାହାଣ୍ଡି ଲୋକ ସଭା ଓ ବିଧାନସଭା ଆସନକୁ ନେଇ ଦଳୀୟ ମତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ବଲାଙ୍ଗୀର ଜିଲାର ଶିବାଜୀ ମହାନ୍ତି ଓ ନବରଙ୍ଗପୁରର ପୂର୍ବତନ ଏମ୍‌ପି ବଳଭଦ୍ର ମାଝି ଯୋଗଦେଇ ଜିଲା କାର୍ଯ୍ୟକାରିଣୀ, ଜିଲାର ପଦାଧିକାରୀ ଓ ରାଜ୍ୟ ପଦାଧିକାରୀମାନଙ୍କୁ ୱାନ୍‌-ଟୁ-ୱାନ୍‌ ଡକାଯାଇ ଗ୍ରୀନ୍‌ ରୁମ୍‌ରେ ବ୍ୟକ୍ତିଗତ ମତ ସଂଗ୍ରହ କରିଥିଲେ। ଚିଟ୍‌ରେ ସେମାନେ ମତପ୍ରଦାନ କରିଥିଲେ। ଭାଜପା ଦଳୀୟ ସୂତ୍ରରୁ ଯାହା ସାମ୍ନାକୁ ଆସିଛି ବର୍ତ୍ତମାନର ଏମ୍‌ପି ବସନ୍ତ ପଣ୍ଡାଙ୍କ ବିପକ୍ଷରେ ଜିଲାର ପଦାଧିକାରୀମାନେ ମତ ଦେଇଥିବା ଜଣାପଡ଼ିଛି। କେବଳ ସେତିକି ନୁହଁ, ଏହି କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ସଭିଏଁ ଏମ୍‌ପି ପଣ୍ଡାଙ୍କ ବିରୋଧରେ ମତପ୍ରକାଶ କରିବା ଚର୍ଚ୍ଚାର ବିଷୟ ହୋଇଛି। ବିଗତ ୫ ବର୍ଷରେ ଲୋକ ସଭା ଏମ୍‌ପି ପଣ୍ଡା କଳାହାଣ୍ଡିରେ ତାଙ୍କ କାର୍ଯ୍ୟାଳୟଟିଏ କଲେ ନାହିଁ। ଦଳୀୟ ନେତା କର୍ମୀଙ୍କୁ ଉପେକ୍ଷା କରିଆସିଛନ୍ତି। ତାଙ୍କ ପରିବର୍ତ୍ତେ ଦଳ ଲୋକ ସଭା ଆସନ ଟିକେଟ ଆଶାୟୀ ଥିବା ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରୁ ଯାହାକୁ ଦେଲେ ବି ଗ୍ରହଣ କରାଯିବ ବୋଲି ଆଲୋଚନା ହେଉଛି। ମାତ୍ର ଏମ୍‌ପି ପଣ୍ଡାଙ୍କୁ ଟିକେଟ ଦେଲେ ଅସହଯୋଗ କରାଯିବ ବୋଲି ଜିଲାର ଅନେକ ନେତା ଓ କର୍ମୀ ମତପୋଷଣ କରୁଛନ୍ତି। ଏହା ପୂର୍ବରୁ ଗତ ୫ ତାରିଖ ନର୍ଲାଠାରେ ଆୟୋଜିତ ଇଏଲ୍‌ପିଓ ୱାର୍କଶପ୍‌ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଏମ୍‌ପି ପଣ୍ଡା ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ସ୍ଥାନୀୟ ନେତା ଓ କର୍ମୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ପୂର୍ବରୁ କଳାହାଣ୍ଡିରେ ଏଭଳି ଏକାଧିକ କାର୍ଯ୍ୟକ୍ରମରେ ଏମ୍‌ପି ପଣ୍ଡାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ଯୋଗୁ ହଟହଟା ହେବାକୁ ପଡ଼ିଛି।
ବର୍ତ୍ତମାନ ସ୍ଥିତିରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ ଓ ତାଙ୍କ ସ୍ତ୍ରୀ ମାଳବିକା ଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁନୀତ ମୁଣ୍ଡ୍‌ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ୍‌ କଳାହାଣ୍ଡି ଲୋକ ସଭା ଆସନ ସକାଶେ ଆଶାୟୀ ଅଛନ୍ତି। ତେଣୁ ଏମାନେ ବସନ୍ତଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏଭଳି ସ୍ଥଳେ ଭାଜପା ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଦେଖି ଏବେ କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଆଗାମୀ ନିର୍ବାଚନରେ ଭଲ ସୁଯୋଗ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri