Categories: ଜାତୀୟ

ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାଜପା ଆଶ୍ୱସ୍ତ, ବିଜୟୀ ଘୋଷଣା ହେବା ପରେ ସାରା ଦେଶର ଆଦିବାସୀ ଗାଁରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ପ୍ରକାର ଆଶ୍ୱସ୍ତ ରହିଛି । ଯେମିତି ସେ ବିଜୟୀ ଘୋଷିତ ହେବେ ତା’ପରେ ପରେ ସାରା ଦେଶରେ ଉତ୍ସବ ପାଳନ କରାଯିବ । ବିଶେଷ କରି ଦେଶରେ ଥିବା ପାଖାପାଖି ୧ ଲକ୍ଷ ୩୦ ହଜାର ଗାଁରେ ଉତ୍ସବ ପାଳନ କରିବାକୁ ଭାଜପା ନିର୍ଦ୍ଦେଶ ଦେଇଛି ।

ଏହାସହ ଦେଶର ସବୁ ମଣ୍ଡଳରେ ବି ଦ୍ରୌପଦୀଙ୍କ ବିଜୟକୁ ନେଇ ଉତ୍ସବ ପାଳନ କରାଯିବ । ପାଖାପାଖି ୧୫ ହଜାର ମଣ୍ଡଳରେ ଭାଜପା ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ରହିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାଜପାର ଲକ୍ଷ୍ୟ ହେଉଛି ଦେଶର ପ୍ରଥମ ଆଦିବାସୀ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବାର ବିଜୟର ବାର୍ତ୍ତା ସାରା ଦେଶକୁ ଯାଉ । ବିଶେଷ କରି ଏହି ବାର୍ତ୍ତା ଆଦିବାସୀ ବହୁଳ ଅଞ୍ଚଳରେ ପହଞ୍ଚିବା ଦରକାର । ମୁଖ୍ୟଧାରାରୁ ଦୂରେଇ ରହୁଥିବା ଏହି ଆଦିବାସୀମାନଙ୍କୁ ସଭିଙ୍କ ସହ ଯୋଡିବାର ପ୍ରୟାସ କରିଛି ଭାଜପା । ଏହି ବିଜୟକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଛି ଭାଜପା । ଏହାସହ ଭାଜପା ରାଜନୈତିକ ଭାବେ ବାର୍ତ୍ତା ଦେବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଏମିତି ଏକ ଦଳ ଯେ ଶାସନ ପାଇଁ ନୁହେ ବରଂ ଦେଶର ଦଳିତ ବର୍ଗଙ୍କ ପାଇଁ କାମ କରୁଛି ।

Share