Categories: ଜାତୀୟ

ଭୋଟରଙ୍କ ଚୌକା-ଛକାରେ ଶତକ ପୂରଣ କଲା ଭାଜପା: ମୋଦି

କୋଲକାତା,୧୨।୪: ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବ। ରାଜ୍ୟର ଭୋଟରଙ୍କ ଚୌକା ଏବଂ ଛକାରେ ଭାଜପା ଶତକ ପୂରଣ କରିବାକୁ ସକ୍ଷମ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଦ୍ଧମାନରେ ସୋମବାର ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିରେ ଯୋଗଦେଇ ଏଭଳି କହିଛନ୍ତି। ଗତ ୧୦ ବର୍ଷ ଧରି ମମତା ଦିଦି ରାଜ୍ୟରେ ଦୁର୍ନୀତି ଚଳାଇଥିଲେ। ତେବେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ମେ ୨ ପରେ ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ ଚାଷୀଙ୍କୁ ୧୮ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି କହିଛନ୍ତି।

 

 

Share