Categories: ଜାତୀୟ

ଭାଜପା ହେରଫେର କରିଛି ୧.୫ ଲକ୍ଷ କୋଟି: ପ୍ରିୟଙ୍କାଙ୍କ ଅଭିଯୋଗ…

ବେଙ୍ଗାଲୁରୁ,୨୫।୪ : କର୍ନାଟକ ନିର୍ବାଚନ ପାଇଁ ଏକ ମାସରୁ କମ ସମୟ ବାକି ଅଛି। ଏପରିସ୍ଥଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କର୍ନାଟକରେ ଭାଜପା ସରକାରଙ୍କ ଦ୍ୱାରା ବ୍ୟାପ ଦୁର୍ନୀତି କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରିୟଙ୍କାଙ୍କ ଅନୁଯାୟୀ ଭାଜପା ସରକାର ରାଜ୍ୟରୁ ୧.୫ ଲକ୍ଷ କୋଟି ଟଙ୍କା ହେରଫେର କରିଛନ୍ତି।

ଆସନ୍ତା ମେ ୧୦ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ନାଟକରେ କ୍ଷମତାକୁ ଫେରିବ ଏବଂ ରାଜ୍ୟକୁ ପ୍ରଗତି ଆଡ଼କୁ ନେଇ ଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଭାଜପାକୁ କଡ଼ା ସମାଲୋଚନା କରି ସେ ଅଭିଯୋଗ ଆଣିଛନ୍ତି ,ଲଜ୍ଜାଜନକ ଭାବରେ ଆପଣ ରାଜ୍ୟର ୪୦ପ୍ରତିଶତ ସରକାରୀ କମିଶନ ଲୁଟ କରିଛନ୍ତି।

ବିଭିନ୍ନ ସ୍କାମ, କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଏବଂ କଣ୍ଟ୍ରାକ୍ଟର ୟୁନିଅନ ଦ୍ୱାରା ଏହି ଘୋଟାଲାର ଖୁଲାସା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ଚିଠି ବିଷୟରେ ପ୍ରିୟଙ୍କା ପ୍ରକାଶ କରିଛନ୍ତି। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାରଣ ଏଥିରେ ସମ୍ପୃକ୍ତ ଥିବା ଅନେକ ଲୋକ ଭାଜପା ସହ ଜଡିତ ଅଛନ୍ତି।

ଏମପିଙ୍କ ପୁଅଙ୍କ ଘରୁ ଆଠ କୋଟି ଟଙ୍କା ଜବତ କରାଯାଇଛି, କିନ୍ତୁ ଅନୁସନ୍ଧାନ କରିବା ପରିବର୍ତ୍ତେ ସେ ବାହାରେ ମୁକ୍ତ ଭାବରେ ବୁଲୁଛନ୍ତି। ଅମୁଲ ବନାମ ନନ୍ଦିନୀ ବ୍ରାଣ୍ଡ ଉପରେ ପ୍ରିୟଙ୍କା କହିଛନ୍ତି, କର୍ନାଟକର ’ନନ୍ଦିନୀ’ ବ୍ରାଣ୍ଡକୁ କଂଗ୍ରେସ ଦୃଢ଼ କରିବ ଏବଂ କୌଣସି ବାହ୍ୟର ସହାୟତା ଅଣାଯିବ ନାହିଁ।

ସୂଚନାଯୋଗ୍ୟ, କର୍ନାଟକର ଭାଜପା ବିଧାୟକ କେ.ମଦଲ ବିରୁପାକ୍ଷଙ୍କ ପୁଅ ପ୍ରଶାନ୍ତ ମଦଲଙ୍କ କାର୍ଯ୍ୟାଳୟ ଏବଂ ଘରେ ଚଢ଼ାଉ କରାଯାଇ ୮.୧୨ କୋଟି ଟଙ୍କା ଜବତ କରାଯାଇଥିଲା। ବିରୁପାକ୍ଷ ରାବଣଗେରେ ଅଞ୍ଚଳର ଚନ୍ନାଗିରି ବିଧାନସଭା ଆସନର ବିଧାୟକ।

Share