Posted inଜାତୀୟ

ଟୁଇଟ୍‌ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ ବଞ୍ଚାଇବାକୁ ପଡିବ, ତେବେ ଗଣତାନ୍ତ୍ରିକ ଉପାୟରେ ଗାନ୍ଧୀ ପରିବାର ବାହାରେ ଜଣେ ନେତାଙ୍କୁ ଅଧ୍ୟକ୍ଷ ଚୟନ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ବିନା ମଧ୍ୟ ଭାଜପା ବିରୋଧୀ ସାମ୍ମୁଖ୍ୟ ଗଠନ ସମ୍ଭବ।ଏକ ଘରୋଇ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ କେବଳ ଟୁଇଟ୍‌ ଏବଂ କ୍ୟାଣ୍ଡେଲ ରାଲି ମାଧ୍ୟମରେ ଭାଜପାକୁ ପରାସ୍ତ କରି ହେବ ନାହିଁ।

ଭାଜପା ଅଧିକ ଶକ୍ତିଶାଳୀ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଭାଜପାକୁ ପରାସ୍ତ କରିବାକୁ ରାହୁଲଙ୍କୁ ଏକ ଦୃଢ଼ ରଣନୀତ ପ୍ରସ୍ତୁତ କରିବାକୁ ପଡିବ ବୋଲି ସେ ହକିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ୧୯୮୪ ପରେ କଂଗ୍ରେସ ଏକାକୀ ଗୋଟିଏ ବି ଲୋକସଭା ନିର୍ବାଚନ ଜିତି ନାହିଁ।

ଗତ ଦଶ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜିତ ହୋଇଛି। କଂଗ୍ରେସ ନେତୃତ୍ୱ ପରାଜୟ ପାଇଁ ଦାୟୀ ବୋଲି ସେ କହିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ମୋଦି ସମସ୍ତ ଲୋକଙ୍କ କଥା ଶୁଣୁଛନ୍ତି। ଏହା ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି ।

ମୋଦି ଲୋକମାନଙ୍କର ଆବଶ୍ୟକତା କ’ଣ ଜାଣିଛନ୍ତି । ଆଗାମୀ କିଛି ଦଶନ୍ଧି ଧରି ଦେଶର ରାଜନୀତିରେ ଭାଜପାର ପ୍ରଭାବ ଜାରି ରହିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri