Posted inଜାତୀୟ

ଭାଜପା ପ୍ରାର୍ଥୀଙ୍କ ଭାଇଙ୍କ ଘରୁ ୨୩ କେଜି ସୁନା ଜବତ

ପାଟନା, ୧୭।୧୦: ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ବଡ଼ ଖବର ଆସି ପହଞ୍ଚିଛି। ରାକ୍ସଲରୁ ଭାଜପା ପ୍ରାର୍ଥୀ ଥିବା ପ୍ରମୋଦ କୁମାର ସିହ୍ନାଙ୍କ ଭାଇଙ୍କ ଘରୁ ୨୨ କେଜି ୫୭୬ ଗ୍ରାମ ସୁନା ବିସ୍କୁଟ ଓ ୨ କେଜି ରୂପା ଜବତ କରାଯାଇଛି। ନେପାଳ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରମୋଦ ସିହ୍ନାଙ୍କ ଭାଇ ଅଶୋକ ସିହ୍ନା ନେପାଳ ପାର୍ସା ଜିଲାରେ ରୁହନ୍ତି। ଅଶୋକଙ୍କ ବାସଭବନରେ ଚଢ଼ଉ ପରେ ଖବରଦାତା ସମ୍ମିଳନୀରେ ପୋଲିସ ଏହି ସୂଚନା ଦେଇଛି।


ତଳେ ପ୍ରମୋଦ କୁମାର ୩ କୋଟି ଟଙ୍କା ଦେଇ ଟିକେଟ୍‌ ପାଇଥିଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ନେପାଳର ଜଣେ ବ୍ୟବସାୟୀ ତାଙ୍କୁ ଟଙ୍କା ଦେବାରେ ସହାୟତା କରିଥିଲେ। ଏବେ ତାଙ୍କ ଭାଇଙ୍କ ଘରେ ପୋଲିସ ରେଡ୍‌ କରିବା ପରେ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଛନ୍ତି। ବିରଗଞ୍ଜ ମହାନଗର ନିଗମର ଓ୍ବାର୍ଡ ନମ୍ବର ୫ ରେଶମକୋଠିସ୍ଥିତ ଗଣେଷ ଆପାର୍ଟମେଣ୍ଟ ୩ୟ ମହଲାରେ ଅବସ୍ଥିତ ଫ୍ଲାଟ୍‌ ନମ୍ବର-୩୦୩ରେ ଏହି ଚଢ଼ଉ କରାଯାଇଥିଲା। ଏହି ଫ୍ଲାଟ୍‌ ଅଶୋକ ସିହ୍ନାଙ୍କର ବୋଲି ଜଣାପଡ଼ିଛି। ଚଢ଼ଉ ସମୟରେ ନେପାଳ ପୋଲିସ ୨୨ କେଜି ୫୭୬ ଗ୍ରାମ ସୁନା ବିସ୍କୁଟ ଓ ଅଳଙ୍କାର ଏବଂ ୨.୨୬୨ କେଜି ରୂପା ଅଳଙ୍କାର ଜବତ କରିଛି। ଏହି ଚଢ଼ଉ ସମୟରେ ଘରେ କେହି ନ ଥିଲେ। ପୋଲିସ ଘରର ତାଲା ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ...

ଭାରତର ନୂଆ ଯୋଜନା: ଚାଇନା-ପାକିସ୍ତାନ ସୀମାରେ ମୁତୟନ ହେବ ରକେଟ ଲଞ୍ଚର

ନୂଆଦିଲ୍ଲୀ, ୧।୯: ସୀମାରେ ଉତ୍ତେଜନା ବଢୁଥିବାର ଭାରତ ନୂଆ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନ ସୀମା ଏବଂ ଚାଇନା ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ...

ସପା କର୍ମୀଙ୍କ ଶାଢ଼ୀ ଟଣା ଭିଡିଓ ଭାଇରାଲ ପରେ ଆକ୍‌ଶନ ମୋଡ଼ରେ ଯୋଗୀ

ଲକ୍ଷ୍ନୌ,୯।୭: ଲଖିିମପୁର ଖେରି ଜିଲାରେ ସମାଜବାଦୀ ପାର୍ଟି (ସପା)ର ମହିଳା କର୍ମୀଙ୍କ ଶାଢ଼ୀ ଟାଣିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକଶନ ମୋଡ଼କୁ ଆସିଛନ୍ତି...

ନିୟମ ମାନିଲେ ମୋଦି: ମାସ୍କ ପିନ୍ଧି କଲେ ଭିଡିଓ କନଫରେନ୍ସିଂ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ଦୂରେଇବାକୁ ହେଲେ କେତେ ଗୁଡିଏ ନିୟମ ପାଳନ କରିବାକୁ କୁହାଯାଉଛି। ଯେମିତିକି ବାରମ୍ବାର ସାବୁନରେ ହାତ ଧୋଇବା, ବାହାରକୁ ଯିବା ସମୟରେ...

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ...

କୁଲଗାମ୍‌ ଏନ୍‌କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ନିହତ…

ଶ୍ରୀନଗର, ୮।୫ : ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ରବିବାର ସକାଳ...

ବିନା ମେଡିକାଲ ପ୍ରମାଣପତ୍ରରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ୨୯ା୧୨: ଜାନୁୟାରୀ ୧୦ରୁ କୋଭିଡ୍‌ ଟିକାର ସମସ୍ତ ଡୋଜ୍‌ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‌ ପାଇଁ ନାଁ ପଞ୍ଜୀକରଣ...

ଆସାମରେ ସରକାର ଗଢିବ ଭାଜପା: ଶାହା

ଗୁଆହାଟି,୨୫ ।୨: ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଆସାମ ଗସ୍ତ କରିଛନ୍ତି । ସେ ବିମାନବନ୍ଦରରେ ପହଞ୍ଚିବା ପରେ...

Advertisement
Archives

Model This Week