ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଫୁଟିଲା ପଦ୍ମ

ଜୁନାଗଡ଼,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ଭାବେ ଭାଜପା ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ମହେଶ ସାହୁଙ୍କୁ ୧୧୬୪ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ବିଜୟୀ ପରେ ମହେଶ ଜୁନାଗଡ଼ ସହରକୁ ଏକ ବିକାଶଶୀଳ ସହର ଭାବେ ଗଢିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଅନ୍ୟପକ୍ଷେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଭାଜପାର ବାଜିମାତ୍‌ ହୋଇଛି।