ଖଟିରେ ମେଣ୍ଟ ଚର୍ଚ୍ଚା

ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ କେଉଁ ଦଳ ହାତକୁ ଯିବ, ଇସ୍ପାତ ସହରର ଛକ ଓ ଖଟି ଆସରଗୁଡ଼ିକରେ ଆଲୋଚନା ଉଙ୍କି ମାରିଛି। ଭାଜପା ୨୦୦୯ରୁ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଆସୁଛି। ତେଣୁ ଏଥର ରାଉରକେଲା ଆସନ ଭାଜପାକୁ ଆସୁ ବୋଲି ଦାବି କରାଯାଉଛି। ଅନ୍ୟପକ୍ଷରେ ରାଉରକେଲାରେ ୨୦୦୪ରୁ ଅଦ୍ୟାବଧି ଦେଖିଲେ ୨୦୧୪ ବ୍ୟତୀତ ବିଜେଡି ବିଧାୟକ ସାରଦା ନାୟକ ଜିତି ଆସିଛନ୍ତି। ତେଣୁ ବିଜେଡି ଖାତାରେ ଏହି ଆସନ ପଡ଼ିବା ଦରକାର ବୋଲି ଖଟିରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି।
ଆସନ ରାଜ୍ୟର ଅନ୍ୟତମ ହଟ୍‌ ସିଟ୍‌ ଭାବେ ଗଣନା କରାଯାଇଥାଏ। ୨୦୦୦ରେ ମେଣ୍ଟ ସମୟରେ ବିଜେଡି ପ୍ରାର୍ଥୀ ଅଜିତ୍‌ ଦାସ ବିଜୟୀ ହୋଇଥିଲେ। ୨୦୦୪ରେ ବିଜେଡିରୁ ସାରଦା ନାୟକ ଟିକେଟ ପାଇ ଜିତିଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଓ ଭାଜପା ପରସ୍ପର ବିପକ୍ଷରେ ଲଢ଼ିଥିଲେ। ସାରଦା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଭାଜପା ୨୦୧୪ରେ ଦିଲୀପ ରାୟଙ୍କୁ ଦଳକୁ ନେଇ ତାଙ୍କ ପତିଆରାକୁ ବ୍ୟବହାର କରି ବିଜୟୀ ହୋଇଥିଲା। ପରେ ଦିଲୀପ ଭାଜପା ଛାଡ଼ିଦେଇଥିଲେ। ହେଲେ ଭାଜପା ଏହି ସମୟରେ ସାରଦାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ନିଜ ପ୍ରତ୍ୟକ୍ଷ ସମର୍ଥନ ବିଜେଡିିକୁ ଦେଇ ସାରଦାଙ୍କୁ ପରବର୍ତ୍ତୀ ସମୟରେ ବିଜୟୀ କରାଇଥିଲେ ଦିଲୀପ। ତେବେ ବିଜେଡି ତୁଳନାରେ ଭାଜପା ଦିନକୁ ଦିନ ଭଲ ପ୍ରଦର୍ଶନ କରୁଥିବା ଆଲୋଚନା ହେଉଛି। ୨୦୦୯ରେ ଭାଜପା ଏହି ନିର୍ବାଚନୀମଣ୍ଡଳରେ ୨୦,୨୪୨ ଭୋଟ, ୨୦୧୪ରେ ୫୯,୬୫୩ ଭୋଟ ଓ ୨୦୧୯ରେ ଭାଜପା ପ୍ରାର୍ଥୀ ନିହାର ରାୟ ୫୦,୨୭୫ ଖଣ୍ଡ ଭୋଟ ହାସଲ କରି ବିଜୟଠାରୁ ଅଳ୍ପ ଦୂରରେ ରହିଯାଇଥିଲେ।
ଇସ୍ପାତ ନଗରୀର ଅନେକ ଅଂଶ ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏଠାରେ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ବିଜେଡିର ଅନ୍ୟତମ ଗଡ଼ ରଘୁନାଥପାଲି। ବିଧାୟକ ସୁବ୍ରତ ତରାଇ ଏଠାରୁ କ୍ରମାଗତ ୩ ଥର ବିଜୟୀ ହୋଇ ଏବେ ବିଧାୟକ ଅଛନ୍ତି। କିନ୍ତୁ ବିଜେଡି ଓ ଭାଜପା ମଧ୍ୟରେ ଭୋଟ ବ୍ୟବଧାନ ବର୍ଷକୁ ବର୍ଷ କମ୍‌ ହେବାରେ ଲାଗିଛି। ୨୦୧୪ରେ ବିଜେଡି ୪୯,୦୭୪ ଓ ଭାଜପା ୩୩,୦୩୩ ଭୋଟ ପାଇଥିବା ବେଳେ ୨୦୧୯ରେ ବିଜେଡି ୪୪,୮୧୫ ଓ ଭାଜପା ୪୦,୧୩୧ ଭୋଟ ପାଇଥିଲା। ଦେଖିବାକୁ ଗଲେ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇଙ୍କ ଜିତିବା ବ୍ୟବଧାନ କମିଆସିଥିବା ଲକ୍ଷ୍ୟ କରାଯାଇଛି। ଭାଜପାର ସଂଘର୍ଷ ଜାରି ରହିଥିବା ବେଳେ ବିଜେଡିି ନେତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ଆଲୋଚନା ହେଉଛି। କାରଣ ତରାଇ ନିର୍ବାଚନମଣ୍ଡଳୀଠାରୁ ବର୍ଷ ବର୍ଷ ଦୂରେଇ ରହିବା ଓ ଲୋକଙ୍କ ସହ ସମ୍ପର୍କ ରଖି ନ ଥିବାରୁ ଏବେ ସେଠାରେ ତାଙ୍କ ପ୍ରତି ଅସନ୍ତୋଷ ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏଥର ପ୍ରାର୍ଥୀ ପରିବର୍ତ୍ତନ ହେଲେ ଆସନ ପୁଣି ବିଜେଡି ଖାତାକୁ ଆସିବ ବୋଲି ଆଲୋଚନା ହେଉଛି।
ହେଲେ ଭାଜପା ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି। କାରଣ ଉଭୟ ସିଟ୍‌ରେ ଭାଜପାର ପ୍ରଦର୍ଶନ ଭଲ ହୋଇ ଆସୁଥିଲା। ଏବର ସ୍ଥିତି ଦେଖି ଭାଜପା ନେତାମାନେ ମେଣ୍ଟ ହେଲେ ନିଜ ହାତରୁ ଉଭୟ ଆସନ ଖସିଯିବା ନେଇ ପ୍ରମାଦ ଗଣିବାକୁ ଲାଗିଲେଣି। ଆଶଙ୍କା ସତ୍ତ୍ୱେ ବିଜେଡିର ତୁଙ୍ଗନେତାମାନେ ମାରାଥନ୍‌ ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଥିବା ବେଳେ ଭାଜପା ନେତାମାନେ ସ୍ଥାଣୁ ପାଲଟିଯାଇଥିବା ଖଟିରୁ ଶୁଣିବାକୁ ମିଳିଛି। ଭାଜପା କର୍ମୀ ମହଲରେ ମଧ୍ୟ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଉଛି। ଆଶାୟୀମାନେ ନିରୁତ୍ସାହିତ ହୋଇ ମେଣ୍ଟ ବିପକ୍ଷରେ ସମାଲୋଚନା କରୁଛନ୍ତି। ଅପରପକ୍ଷେ ଉଭୟ ନିର୍ବାଚନମଣ୍ଡଳୀରେ ଦିଲୀପ ରାୟଙ୍କ ଏକ ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ରହିଆସିଛି। ତାଙ୍କ ସମର୍ଥନ ଉପରେ ଯେକୌଣସି ଦଳର ବିଜୟ ନିର୍ଭର କରୁଛି ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri