Categories: ଜାତୀୟ

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ କଲା ଭାଜପା, କହିଲା ଚାଇନରୁ ବି ହୋଇଛି ଫଣ୍ଡିଂ

ନୂଆଦିଲ୍ଲୀ,୨୩ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରବିବାର ୨୩ ଅକ୍ଟୋବରରେ ରାଜୀବ ଗାନ୍ଧୀ ଫାଉଣ୍ଡେଶନର ଏଫସିଆରଏ ଲାଇସେନ୍ସ ରଦ୍ଦ କରି ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଫରେନ କଣ୍ଟ୍ରିବ୍ୟୁଶନ(ରେଗୁଲେଶନ)ଆକ୍ଟ ଆଧାରରେ କରାଯାଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ ଗାନ୍ଧୀ ପରିବାରକୁ ଭ୍ରଷ୍ଟ କହିବା ସହ ଚାଇନାରୁ ଡୋନେଶନ କଥା ଉଠାଇଛନ୍ତି ।
ସମ୍ବିତ ପାତ୍ର କହିଛନ୍ତି, ଦୀପାବଳି ଅବସରରେ ଗାନ୍ଧୀ ପରିବାରର ଭ୍ରଷ୍ଟାଚାର ପୁଣି ପଦାକୁ ଆସିଛି । ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଓ ରାଜୀବ ଗାନ୍ଧୀ ଚ୍ୟାରିଟେବଲ ଟ୍ରଷ୍ଟ ୨ଟି ଏନଜିଓ ଗାନ୍ଧୀ ପରିବାରର ଥିଲା । ଆଉ ଏହି ଦୁଇଟି ଉପରେ ପ୍ରତିବନ୍ଧ ଲଗାଇବା କାମ ମିନିଷ୍ଟ୍ରି ଅଫ ହୋମ ଆଫାୟାର୍ସ କରିଛି ।
ସମ୍ବିତ କହିଛନ୍ତି, ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ନେଇ ପବ୍ଲିକ ଡୋନେଟରେ ବହୁତ ଆଲିଗେଶନ ଆସିଛି ଏହାସହ କିଛି ତଥ୍ୟ ବି ସାମ୍ନାକୁ ଆସିଛି । ୨୦୨୦ରେ ଜେପି ନଡ୍ଡା କହିଥିଲେ ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଯାହାର ଚେୟାରପର୍ସନ ସୋନିଆ ଗାନ୍ଧୀ ରହିଛନ୍ତି ସେ ୩ ଥର ଚାଇନାରୁ ଡୋନେଶନ ନେଇଛନ୍ତି । ଏହି ଏନଜିଓର ଅଧ୍ୟକ୍ଷତା ଯାହା ଚାଇନାଠାରୁ ପଇସା ନେଇଥିଲା ତାହା ଉପରେ ସରକାର ଅଙ୍କୁଶ ଲଗାଇଛନ୍ତି ।

Share