Categories: ଜାତୀୟ

ବିଧାୟକ ଦଳ ବୈଠକ ପରେ ଘୋଷଣା ହେବ କର୍ନାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଷ୍ପତି ହୋଇଯିବ । କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ବିଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ ଏବେ ନୂଆ ଚେହେରାକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା । ମଙ୍ଗଳବାର ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ପରେ କର୍ନାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଇି ଜଣାପଡିଛି । ଏହି ଦୌଡରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନାଁ ରହିଥିବା ବେଳେ ଭାଜପା ରାଷ୍ଟ୍ରୀୟ ମହାସଚବ ଟି.ସି. ରବି, ବି.ଏଲ୍ ସନ୍ତୋଷ ଓ ରାଜ୍ୟ ବିଧାନସଭାର ଅଧ୍ୟକ୍ଷ ବିଶ୍ୱେଶ୍ୱର ହେଗେଡେ କାମିର ରହିଛନ୍ତି ।

 

Share