ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା କଲା ଭାଜପା

ଭୁବନେଶ୍ୱର,୧୮ା୧: ରାଜ୍ୟ ଭାଜପାର ବିଭିନ୍ନ ମୋର୍ଚ୍ଚା ପାଇଁ ଗୁରୁବାର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ସେମାନଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଦଳର ବରିଷ୍ଠ ନେତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଭାଜପାର ଉପସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମହିଳା ମୋର୍ଚ୍ଚା ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓବିସି, ଗୋଲକ ମହାପାତ୍ର କୃଷକ ମୋର୍ଚ୍ଚା, ରମେଶ ସାହୁ ଏସ୍‌ସି ମୋର୍ଚ୍ଚା ଏବଂ ସୁକେଶୀ ଓରାମଙ୍କୁ ଏସ୍‌ଟି ମୋର୍ଚ୍ଚା ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରାଯାଇଛି।