୩୬ ସାଙ୍ଗଠନିକ ଜିଲା ସଭାପତିଙ୍କ ତାଲିକା ଘୋଷଣା କଲା ଭାଜପା

ଭୁବନେଶ୍ୱର, ୬।୧୧(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ୩୬ ସାଙ୍ଗଠନିକ ଜିଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛିା ତେବେ ଏହି ଜିଲା ସଭାପତି ଚୟନ ଲାଗି ଦୀର୍ଘଦିନ ବିଳମ୍ବ ହେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନକୁ ଆଉ କମ୍‌ ସମୟ ଥିବାବେଳେ ଏହି ନୂଆ ଜିଲା ସଭାପତି ହୋଇଥିବା ନେତାମାନେ କିଭଳି ସଙ୍ଗଠନ ସଜାଡିବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି।
ତେବେ ଦଳ ପକ୍ଷରୁ ଅନୁଗୋଳ ପାଇଁ ଦିଲେଶ୍ୱର ପ୍ରଧାନ, ବାଲେଶ୍ୱରରେ ଉମାକାନ୍ତ ମହାପାତ୍ର, ବରଗଡ଼ରେ ଅଶି୍ବନୀ କୁମାର ଷଡ଼ଙ୍ଗୀ, ଭଦ୍ରକରେ ହେମନ୍ତ ପାଢ଼ୀ, ଭୁବନେଶ୍ୱରରେ ବାବୁ ସିଂ, ବଲାଙ୍ଗୀରରେ ଶିବାଜୀ ମହାନ୍ତି, ବୌଦ୍ଧରେ ବିପ୍ର ଚରଣ ମହାନ୍ତି, କଟକ ନଗରରେ ଲଲାଟେନ୍ଦୁ ବଡୁଙ୍କୁ ଜିଲା ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିପରି କଟକ ସଦରରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡ଼ରେ ଅରୁଣ କୁମାର ସାହୁ, ଢେଙ୍କାନାଳରେ ନରେଶ ମହାପାତ୍ର, ଗଜପତିରେ ବିଧାୟକ କେ. ନାରାୟଣ ରାଓ, ଗଞ୍ଜାମରେ ସୁବାସ ସାହୁ, ଘୁମୁସରରେ ଗୋକୁଳାନନ୍ଦ ମଲିକ, ଜଗତ୍‌ସିଂହପୁରରେ ସତ୍ୟବ୍ରତ ମହାପାତ୍ର, ଯାଜପୁରରେ ଗୌତମ ରାୟ, ଝାରସୁଗୁଡ଼ାରେ ସୁନୀଲ ପଣ୍ଡା, କଳାହାଣ୍ଡିରେ ଆର୍ତ୍ତତ୍ରାଣ ମହାପାତ୍ର, କନ୍ଧମାଳରେ ଜଗନ୍ନାଥ ସାହୁ, କେନ୍ଦ୍ରାପଡ଼ାରେ କିଶୋର ପଣ୍ଡା, କେନ୍ଦୁଝରରେ ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧାରେ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଜିଲା ସଭାପତି ପଦବୀରେ ନିଯୁକ୍ତି ଦିଆଯାଇଛି। ସେହିଭଳି କୋରାପୁଟରେ ସୁମନ୍ତ ପ୍ରଧାନ, ମାଲକାନଗିରିରେ ନିମାଇଁ ପାଲ୍‌, ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତ, ବାରିପଦାରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁରରେ ଜଗଦୀଶ ବିଶୋଇ, ନୟାଗଡ଼ରେ ତାପସ ରଞ୍ଜନ ମାର୍ଥା, ନୂଆପଡ଼ାରେ ସୁବ୍ରତ ଠାକୁର, ପୁରୀରେ ଆଶ୍ରିତ ପଟ୍ଟନାୟକ, ରାୟଗଡ଼ାରେ ଶିବ ପଟ୍ଟନାୟକ, ସମ୍ବଲପୁରରେ ଗିରିଶ ପଟେଲ, ସୁବର୍ଣ୍ଣପୁରରେ ପ୍ରମୋଦ ମହାପାତ୍ର, ସୁନ୍ଦରଗଡ଼ରେ ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼(ବଣାଇ)ରେ ଅନିଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ)ରେ ଲତିକା ପଟ୍ଟନାୟକଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?