Posted inଫୁରସତ

ଅମିତ ଶାହଙ୍କଠାରୁ ଅଖିଳେଶ ଯାଦବ: ଜାଣନ୍ତୁ କିଏ ଦେଶର ଏହି ୬ ଲୋକପ୍ରିୟ ରାଜନେତାମାନଙ୍କ ସ୍ତ୍ରୀ-ଶ୍ୱଶୁର

ଦେଶରେ ଅନେକ ରାଜନେତା ଅଛନ୍ତି, ଯେଉଁମାନେ କେବଳ ରାଜନୀତି ପାଇଁ ଲୋକଙ୍କ ମଧ୍ୟରେ ପରିଚିତ ନୁହଁନ୍ତି। ସେମାନେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ନେତାଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ସମ୍ପର୍କରେ…

ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ୧୯୭୩ରେ ରାବିଡି ଦେବୀଙ୍କୁ ବିବାହ କରିଥିଲେ। ରାବିଡିଙ୍କ ବାପାଙ୍କ ନାମ ଶିବପ୍ରସାଦ ଚୌଧୁରୀ। ସେ ସମ୍ଭାନ୍ତ ଘରର ଥିଲେ।

୧୯୯୯ରେ ଅଖିଳେଶ ଯାଦବ ଡିମ୍ପଲଙ୍କୁ ବିବାହ କରିଥିଲେ। ଡିମ୍ପଲ ରାଜପୁତ ପରିବାରର ଥିଲେ। ତାଙ୍କ ବାପା ହେଉଛନ୍ତି ଏସ୍‌ସି ରାଓ୍ବତ। ଅଖିଳେଶଙ୍କ ଶ୍ୱଶୁର ଆର୍ମିରେ କର୍ନେଲ ରହିଥିଲେ।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଞ୍ଜୁ କୁମାରୀଙ୍କୁ ବିବାହ କରିଥିଲେ। ତାଙ୍କ ଶ୍ୱଶୁରଙ୍କ ନାମ ସ୍ବ.କୃଷ୍ଣାନନ୍ଦ ସିହ୍ନା। ସେ ପାଟଣା ହାଇସ୍କୁଲର ଶିକ୍ଷକ ଥିଲେ।

୧୯୮୭ରେ କୋହ୍ଲାପୁରର ସୋନଲଙ୍କୁ ବିବାହ କରିଥିଲେ ଅମିତ ଶାହା। ସୋନଲ କୋହ୍ଲାପୁରର ପଦ୍ମାରାଜେ ଗର୍ଲସ୍‌ ହାଇସ୍କୁଲରୁ ସ୍କୁଲଶିକ୍ଷା ସମାପ୍ତ କରିଥିଲେ। ତାଙ୍କ ବାପାଙ୍କ ପାଖରେ କୋହ୍ଲାପୁରରେ ଜମି ଥିଲା।

ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ ଉତ୍ତରପ୍ରଦେଶର ନୋଏଡାର ବିଧାୟକ ଅଛନ୍ତି। ତାଙ୍କ ପତ୍ନୀ ସୁଷମା ଅନ୍ତର୍ଜାତୀୟସ୍ତରର ଶୁଟର୍‌। ସେହିଭଳି ପଙ୍କଜଙ୍କ ଶ୍ୱଶୁର ନାରାୟଣ ସିଂ ରାଣା, ଉତ୍ତରାଖଣ୍ଡ ରାଜନୀତିରେ ସକ୍ରିୟ ଥିଲେ।

ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ୧୯୯୪ରେ ଦିଲ୍ଲୀର ପାୟଲଙ୍କୁ ବିବାହ କରିଥିଲେ। ପାୟଲଙ୍କ ବାପା ରାମନାଥ ସେନାରେ ମେଜର ଜେନେରାଲ ଥିଲେ। ୨୦୧୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri