Categories: ଜାତୀୟ

କୃଷି ଆନ୍ଦୋଳନ: ଏନ୍‌ଡିଏର ହାତ ଛାଡିଲା ଆର୍‌ଏଲପି

ନୂଆଦିଲ୍ଲୀ,୨୬।୧୨-ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲପି) ଏନ୍‌ଡିଏରୁ ଅଲଗା ହୋଇଯାଇଛି। ଏ ନେଇ ଆରଏଲପି ମୁଖ୍ୟ ହନୁମାନ ବେନିୱାଲ ଶନିବାର ଘୋଷଣା କରିଛନ୍ତି। ରାଜସ୍ଥାନର ଏହି ଆଞ୍ଚଳିକ ଦଳ କିଛି ଦିନ ତଳେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲା।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଚାଷୀ ଆଇନକୁ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ୩୨ ଦିନରେ ପହଞ୍ଚିଛି। ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବହୁବାର ବୈଠକ ବସିଥିଲେ ମଧ୍ୟ ଏଯାଏ କୌଣସି ସମାଧାନର ବାଟ ବାହାରି ପାରି ନାହିଁ।

Share