Posted inଜାତୀୟ

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା ପରେ, ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ଏଆଇଏଡିଏମ୍‌କେ(AIADMK) ମଧ୍ୟ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)କୁ ଫେରିବା ଘୋଷଣା କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ ଇ. ପଲାନିସ୍ବାମୀଙ୍କ ନେତୃତ୍ୱରେ ଲଢ଼ାଯିବ। ତେବେ ଜାତୀୟ ସ୍ତରରେ ମେଣ୍ଟର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ।

ଅମିତ ଶାହ କହିଛନ୍ତି ଯେ ୧୯୯୮ ମସିହାରୁ, ଜୟଲଳିତା ଏବଂ ଅଟଳଜୀଙ୍କ ସମୟରେ, ଆମେ ଏକାଠି ନିର୍ବାଚନ ଲଢ଼ି ଆସୁଛୁ। ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଏକାଠି ୩୯ଟି ଲୋକ ସଭା ଆସନରୁ ୩୦ଟି ଜିତିଥିଲୁ। ଏଣୁ ଭାଜପା ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ମେଣ୍ଟ କେବଳ ରାଜନୈତିକ ନୁହେଁ ବରଂ ବିଶ୍ୱାସ ଏବଂ ବିଚାରଧାରା ଉପରେ ଆଧାରିତ। ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ ଦୁଇ ନେତା ସର୍ବଦା ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିଛନ୍ତି।

ତେବେ ଶାହା ସ୍ପଷ୍ଟ କରିଛନ୍ତି ଯେ ଭାଜପା ସରକାରରେ ଯୋଗଦେବ କି ନାହିଁ ତାହା ନିର୍ବାଚନ ପରେ ନିଷ୍ପତ୍ତି ନେବ। ଏଆଇଏଡିଏମ୍‌କେ କୌଣସି ଦାବି କରିନାହିଁ ଏବଂ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ଭାଜପା କୌଣସି ହସ୍ତକ୍ଷେପ କରିନାହିଁ। ଏହି ମେଣ୍ଟ ଉଭୟ ଦଳ ପାଇଁ ଉପଯୋଗୀ ଏବଂ ଆମେ ଏକାଠି ନିର୍ବାଚନ ଲଢ଼ିବୁ। ମନ୍ତ୍ରୀଙ୍କ ସଂଖ୍ୟା ଏବଂ ଆସନ ବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ବର୍ତ୍ତମାନ ରାଜ୍ୟରେ ଦୁର୍ନୀତିଗ୍ରସ୍ତ DMK ସରକାରଙ୍କୁ ହଟାଇବା NDAର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଶାହା ଡିଏମକେକୁ କଟାକ୍ଷ କରି କହିଛନ୍ତି ଯେ ଡିଏମ୍‌କେ ଜାଣିଶୁଣି ସନାତନ ଧର୍ମ ଏବଂ ଭାଷା ଭଳି ପ୍ରସଙ୍ଗ ଉଠାଇଛି ଯାହା ଦ୍ୱାରା ଏହା ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇପାରିବ। ତାମିଲନାଡୁ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ଦୁର୍ନୀତି। ଲୋକମାନେ ଏଥର ବିକାଶ ଏବଂ ସ୍ବଚ୍ଛତାକୁ ବାଛିବେ। ଅଟଳ ବିହାରୀ ବାଜପେୟୀ ଏବଂ ଜୟଲଳିତାଙ୍କ ସମୟରେ ଥିବା ମେଣ୍ଟକୁ ମନେ ପକାଇ ସେ କହିଛନ୍ତି ଯେ ଭାଜପା ଏବଂ ଏଆଇଏଡିଏମ୍‌କେ ମିଳିତ ଭାବରେ ଅତୀତରେ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି। ଏଥର ମଧ୍ୟ ଲୋକମାନେ ଏନଡିଏକୁ ବହୁମତ ଦେବେ ବୋଲି ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ସରକାର ଏପର୍ଯ୍ୟନ୍ତ ପ୍ରାୟ ୩୯,୦୦୦ କୋଟି ଟଙ୍କାର ଘୋଟାଲା କରିଛି, ଯେଉଁଥିରୁ ମଦ ଘୋଟାଲା ଏବଂ ମନରେଗା ଘୋଟାଲା ପ୍ରମୁଖ। ଆମେ ଡିଏମ୍‌କେ ସରକାରଙ୍କ ଘୋଟାଲାର ପର୍ଦ୍ଦାଫାସ କରିବୁ। ଏହି ଦୁର୍ନୀତି ପାଇଁ ତାମିଲନାଡୁର ଲୋକମାନେ ଷ୍ଟାଲିନ ଏବଂ ଉଦୟନିଧିଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri