Posted inଜାତୀୟ

କେନ୍ଦ୍ର କଥାରେ ବିଜେଡିର ହଁ

ନୂଆଦିଲ୍ଲୀ,୯।୪: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆକାଶଛୁଆଁ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି। ଏହା ଉପରେ ପାର୍ଲାମେଣ୍ଟରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ବିଜେଡି ଏହି ପ୍ରସଙ୍ଗରୁ ଦୂରେଇ ରହିଥିଲା। ରାଜ୍ୟ ସଭାରେ ଚତୁର୍ଥ ବୃହତ୍‌ ଦଳ ବିଜେଡି ଦରବୃଦ୍ଧି ଉପରେ ଆଲୋଚନା ପାଇଁ କୌଣସି ପ୍ରସ୍ତାବ ଆଣି ନ ଥିଲା। ଓଡ଼ିଶାର ଶାସକ ଦଳ ଜାତୀୟ ରାଜନୀତିରେ ସମଦୂରତ୍ୱ ନୀତି ଅବଲମ୍ବନ କରୁଥିବା କହୁଛି। ଅଥଚ ଶାସକ ଓ ବିରୋଧୀଙ୍କଠାରୁ ସମଦୂରତ୍ୱ ବଜାୟ ରଖିବା ପରିବର୍ତ୍ତେ ଏହି ଦଳ ଜାତୀୟ ସ୍ତରରେ ପ୍ରଭାବ ଥିବା ଜନକୈନ୍ଦ୍ରିକ ପ୍ରସଙ୍ଗ ଉଠାଇବାରୁ ଦୂରେଇ ଯାଉଥିବା ଦେଖାଯାଉଛି।
ରାଜ୍ୟ ସଭା ଓ ଲୋକ ସଭାରେ ଦରବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା ଲାଗି କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ ଓ ଅନ୍ୟାନ୍ୟ ଦଳ ଏକାଧିକ ମୁଲତବୀ ପ୍ରସ୍ତାବ ନୋଟିସ ଦେଇଥିଲେ। ଗୃହ ଅଧ୍ୟକ୍ଷ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିବାରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ବାରମ୍ବାର ତୈଳ ଓ ଅତ୍ୟାବଶ୍ୟକ ଦର ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା ଦାବି କରିଥିଲେ। ଗୃହ ଅଧ୍ୟକ୍ଷ ଅନୁମତି ନ ଦେବାରୁ ଏହାର ପ୍ରତିବାଦରେ ଟିଆର୍‌ଏସ୍‌ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଲୋକ ସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ବାରମ୍ବାର ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଲାଗି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ହୋହଲ୍ଲା ଯୋଗୁ ଉଭୟ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା।
ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ ବିଜେଡି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ, ବିଧାନ ପରିଷଦ ଗଠନ, ବଳକା ଉଷୁନା ଚାଉଳ ଓ ଅନ୍ୟ ଅଞ୍ଚଳଭିତ୍ତିକ ପ୍ରସଙ୍ଗ ଉଠାଇଥିଲା। ଅଧିବେଶନରେ ଗୃହୀତ ହୋଇଥିବା ସମସ୍ତ ବିଲ୍‌କୁ ବିଜେଡି ସମର୍ଥନ କରିଥିଲା। ଆପରାଧିକ ପ୍ରକ୍ରିୟା ପରିଚୟ ବିଲ୍‌ର କେତେକ ବ୍ୟବସ୍ଥାକୁ ବିଜେଡିର କେତେଜଣ ଏମ୍‌ପି ବିରୋଧ କରିଥିଲେ ମଧ୍ୟ ଶେଷରେ ବିଲ୍‌କୁ ସମର୍ଥନ ଜଣାଇଥିଲେ। ସପ୍ତଦଶ ଲୋକ ସଭା ଆରମ୍ଭରୁ ପାର୍ଲାମେଣ୍ଟରେ ତିନି ତଲାକ, ନାଗରିକତ୍ୱ ସଂଶୋଧନ ବିଲ୍‌ଠାରୁ ଆରମ୍ଭ କରି ଅନେକ ବିବାଦୀୟ ବିଲ୍‌କୁ ବିଜେଡି ସମର୍ଥନ କରିଆସିଛି। ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳର ଏଭଳି ଆଭିମୁଖ୍ୟ ପଛରେ ବନ୍ଧୁତା ନୁହେଁ ବରଂ ଭୟ ବୋଲି ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି। ସେମାନେ ଭୁବନେଶ୍ୱରରେ ଆମକୁ ଯେପରି ଅଡ଼ୁଆରେ ନ ପକାଇବେ, ସେଥିପାଇଁ ଆମେ ଦିଲ୍ଲୀରେ ଭାଜପାକୁ ଅସୁବିଧାରେ ପକାଇବାକୁ ଚାହୁଁନାହୁଁ ବୋଲି ନେତା ଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri