ସହଜ ହୋଇ ନ ପାରେ ବିଜେଡି ବିଜୟ

ଜଗତ୍‌ସିଂହପୁର, ୯ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଲୋକ ସଭା ଆସନରେ ବିଜେଡିର ଦୃଢ଼ ସ୍ଥିତିକୁ ସ୍ପଷ୍ଟ କରିଛି ଗତ ୨ ନିର୍ବାଚନ ଫଳାଫଳ। କିନ୍ତୁ ଏଥର ସ୍ଥିତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ବିଜେଡିର ବିଜୟ ସହଜ ହେବନାହିଁ। ମୁଖ୍ୟ ବିରୋଧୀ ଭାଜପା କଡ଼ା ଟକ୍କର ଦେବା ଅନୁମାନ କରିହେଉଛି। ଏହା ମୁଖ୍ୟତଃ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ କେତେଜଣ ନେତାଙ୍କ ଦଳବଦଳ କାରଣରୁ ସମ୍ଭବ ହେବାକୁ ଯାଉଥିବା କୁହାଯାଉଛି।
ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଜଗତ୍‌ସିଂହପୁର ଜିଲାର ଜଗତ୍‌ସିଂହପୁର, ବାଲିକୁଦା-ଏରସମା, ତିର୍ତ୍ତୋଲ, ପାରାଦୀପ, କଟକ ଜିଲାର ନିଆଳି, ପୁରୀ ଜିଲାର କାକଟପୁର ଓ ନିମାପଡ଼ା ବିଧାନସଭା ଆସନ ରହିଛି। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ୩ ନିର୍ବାଚନକୁ ଦେଖିଲେ ଜଣାଯାଏ, ଏଠାରେ ଥରେ ସିପିଆଇ ଏବଂ ୨ ଥର ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୦୦୯ରେ ବିଜେଡି ସମର୍ଥନରେ ବିଭୁ ପ୍ରସାଦ ତରାଇ ସିପିଆଇ ପ୍ରାର୍ଥୀ ହୋଇ ଏମ୍‌ପି ହେବାର ଗୌରବ ହାସଲ କରିଥିଲେ। ସେତେବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ କଂଗ୍ରେସର ରବୀନ୍ଦ୍ର କୁମାର ସେଠୀ। ଭାଜପା ପ୍ରାର୍ଥୀ ବାଇଧର ମଲ୍ଲିକ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ୨୦୧୪ରେ ତରାଇ ଦଳ ବଦଳ କରିଥିଲେ। ଅର୍ଥାତ୍‌ ସିପିଆଇ ଛାଡ଼ି କଂଗ୍ରେସରେ ମିଶି ଏହି ଆସନରୁ ଟିକେଟ ପାଇଥିଲେ। କିନ୍ତୁ ତାଙ୍କ ସମ୍ପର୍କୀୟ ତଥା ବିଜେଡି ପ୍ରାର୍ଥୀ ଡ. କୁଳମଣି ସାମଲଙ୍କଠାରୁ ହାରି ଯାଇଥିଲେ। ପୂର୍ବପରି ତୃତୀୟ ସ୍ଥାନରେ ଥିଲେ ଭାଜପା ପ୍ରାର୍ଥୀ ବାଇଧର ମଲ୍ଲିକ। ୨୦୧୯ ନିର୍ବାଚନରେ କିନ୍ତୁ ଭାଜପା ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହି ନିର୍ବାଚନରେ ତରାଇ ପୁଣି ଦଳ ବଦଳ କରିଥିଲେ। ସେ କଂଗ୍ରେସ ଛାଡ଼ି ଭାଜପାରେ ମିଶିବା ସହ ଦଳୀୟ ଟିକେଟ ପାଇଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ଡ. ରାଜଶ୍ରୀ ମଲ୍ଲିକଙ୍କଠାରୁ ପରାସ୍ତ ହୋଇଥିଲେ। କଂଗ୍ରେସର ପ୍ରତିମା ମଲ୍ଲିକ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହି ୩ ନିର୍ବାଚନରୁ ଜଣାଯାଏ, ତରାଇ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ନିଜ ରାଜନୈତିକ ବିଚକ୍ଷଣତା ବଳରେ କ୍ରମାଗତ ଭାବେ ଦଳ ବଦଳ ସହ ପ୍ରାର୍ଥୀ ହେବାର ସୁଯୋଗ ପାଇଥିଲେ। ୨୦୨୪ରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳାଇନାହିଁ। ପୂର୍ବପରି ବିଜେଡିରୁ ଡ. ମଲ୍ଲିକ ଓ ଭାଜପାରୁ ତରାଇ ମଇଦାନକୁ ଓହ୍ଲାଇଛନ୍ତି। କେବଳ କଂଗ୍ରେସ ଟିକେଟ ଘୋଷଣା ବାକି ରଖିଛି। କଂଗ୍ରେସରୁ ଯିଏ ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ପ୍ରତିଦ୍ୱନ୍ଦ୍ୱିତା ଗତଥର ପରି ବିଜେଡି ଓ ଭାଜପା ମଧ୍ୟରେ ହେବା ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଏଥର ପ୍ରତିଦ୍ୱନ୍ଦ୍ୱିତା କଡ଼ା ହେବା ଆଶା କରାଯାଉଛି। କାରଣ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ଆସନରେ ରାଜନୈତିକ ଚିତ୍ରପଟରେ କେତେକାଂଶରେ ପରିବର୍ତ୍ତନ ଘଟିଛି।
ଜଗତ୍‌ସିଂହପୁର ଜିଲା କଥା ଦେଖିଲେ ଜଣାଯାଏ, ଜଗତ୍‌ସିଂହପୁର ବିଧାନସଭା ଆସନରେ ଭାଜପା ସ୍ଥିତିରେ ଆଶାତୀତ ସୁଧାର ଆସିଛି। ଏହା କେବଳ ବିଜେଡି ଯୁବନେତା ଅମରେନ୍ଦ୍ର ଦାସଙ୍କ ଭାଜପାରେ ଯୋଗଦାନ କାରଣରୁ ସମ୍ଭବ ହୋଇଥିବା କୁହାଯାଉଛି। ଦାସ ବିଜେଡିରେ ଥିବାବେଳେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ୫ ବର୍ଷ ହେବ ବିଜେଡିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ସମାନ୍ତରାଳ ସଙ୍ଗଠନ କରି ବିଜେଡି ଭୋଟକୁ ଦୁଇଫାଳ କରି ରଖିଥିଲେ। କିନ୍ତୁ ବିଜେଡି ପ୍ରଶାନ୍ତଙ୍କୁ ଟିକେଟ ଦେବାରୁ ଅମରେନ୍ଦ୍ର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ସେ ଭାଜପାରୁ ଟିକେଟ ପାଇଲେ ବିଜେଡିର ଫାଳେ ଭୋଟ ସହ ଭାଜପାର ପୂର୍ଣ୍ଣ ଏବଂ କଂଗ୍ରେସରୁ ଆଶାଜନକ ଭୋଟ ହାତେଇବାକୁ ସକ୍ଷମ ହେବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଏହି ଆସନର କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ନିକଟରେ ବିଜେଡିରେ ମିଶିଛନ୍ତି। ସେ ବିଜେଡି ଟିକେଟ ପାଇବେ ବୋଲି କୁହାଯାଉଥିଲା, କିନ୍ତୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିନାହିଁ। ଏହି କାରଣରୁ ଚିରଞ୍ଜୀବଙ୍କ ସହ ବିଜେଡିରେ ସାମିଲ ହୋଇଥିବା ଅଧିକାଂଶ କଂଗ୍ରେସ ନେତା ଓ କର୍ମୀ ଏବେ ଖପ୍ପା ଅଛନ୍ତି। ସେମାନେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ସପକ୍ଷରେ ନାହାନ୍ତି। ତେଣୁ ଭାଜପା ପ୍ରାର୍ଥୀ ଏହି ଭୋଟ ହାତେଇବା ପାଇଁ ରଣକୌଶଳ ଆପଣାଉଥିବା କୁହାଯାଉଛି। ସେ ଦୃଷ୍ଟିରୁ ଜଗତ୍‌ସିଂହପୁର ବିଧାନସଭା ଆସନରେ ଭାଜପା ଦୃଢ଼ ସ୍ଥିତି ପ୍ରତିପାଦିତ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଗତ ନିର୍ବାଚନରେ ଭାଜପା ତୃତୀୟ ସ୍ଥାନରେ ଥିବାବେଳେ ଏଥର ମଜଭୁତ ସ୍ଥିତି ଏମ୍‌ପି ପ୍ରାର୍ଥୀ ତରାଇଙ୍କୁ ସହାୟକ ହେବା ଆଶା କରାଯାଉଛି।
ସେହିପରି ପାରାଦୀପ ବିଧାନସଭା ଆସନରୁ ଭାଜପା ଏମ୍‌ପି ପ୍ରାର୍ଥୀ ତରାଇଙ୍କୁ ଗତ ସାଧାରଣ ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ୍‌ ମିଳିଥିଲା। କିନ୍ତୁ ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁ ତୃତୀୟ ସ୍ଥାନରେ ଥିଲେ। ସେତେବେଳେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ବିଜୟୀ ହୋଇଥିଲେ ସୁଦ୍ଧା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ। ଏହା ଭିତରେ ଚିତ୍ର ବଦଳିଯାଇଛି। ସର୍ଖେଲ କଂଗ୍ରେସ ଛାଡି ବିଜେଡିରେ ମିଶି ସାରିଛନ୍ତି। ବିଜେଡିରୁ ଟିକେଟ ପାଇବା ପାଇଁ ଏକାଧିକ ଆଶାୟୀ ଅଛନ୍ତି। ସେମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ତେଜୁଛି। ଏ ପରିସ୍ଥିତିରେ ସମ୍ପଦ ଗୋଳିଆ ପାଣିରୁ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି। ବାଲିକୁଦା-ଏରସମା ବିଧାନସଭା ଆସନରେ ମଧ୍ୟ ଭାଜପା ସ୍ଥିତିରେ ସୁଧାର ଆସୁଛି। କିନ୍ତୁ ତିର୍ତ୍ତୋଲରେ ଯଦିଓ ଭାଜପା ସପକ୍ଷରେ ଭଲ ଭୋଟ ଯାଇଥିଲା, ତାହା ଏଥର ବଜାୟ ରହିବ କି ନାହିଁ ତାହା ସନ୍ଦେହ ପରିସରକୁ ଆସିଛି। ଅନ୍ୟପଟେ ୨୦୧୯ ନିର୍ବାଚନରେ କାକଟପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବିଶ୍ୱଭୂଷଣ ଦାସ ନିକଟରେ ଭାଜପାରେ ମିଶିଛନ୍ତି। ସେତେବେଳେ ଦାସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାଜପା ପ୍ରାର୍ଥୀ ରବି ମଲ୍ଲିକ ତୃତୀୟ ସ୍ଥାନରେ ଥିଲେ। ଏବେ ଭାଜପା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତ ନିର୍ବାଚନରେ ପ୍ରତିଫଳନ ହେବା ଆଶା କରାଯାଉଛି। ନିମାପଡ଼ା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଦ୍ୱିତୀୟ ସ୍ଥାନରେ ଥିଲେ। ଏମ୍‌ପି ପ୍ରାର୍ଥୀ ତରାଇଙ୍କୁ ମଧ୍ୟ ଦ୍ୱିତୀୟ ସର୍ବାଧିକ ଭୋଟ ମିଳିଥିଲା। ଏଥର ପରିଡ଼ା ପ୍ରାର୍ଥୀ ହୋଇଥିବାରୁ କେତେ ସଫଳ ହେଉଛନ୍ତି ତାହା ସମୟ କହିବ। କିନ୍ତୁ ନିଆଳି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଛବି ମଲ୍ଲିକ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲେ। ଏମ୍‌ପି ପ୍ରାର୍ଥୀ ତରାଇଙ୍କୁ ମଧ୍ୟ ସେତେବେଳେ ଦ୍ୱିତୀୟ ସର୍ବାଧିକ ଭୋଟ ମିଳିଥିଲା। ୨୦୧୯ ନିର୍ବାଚନରେ ଜଗତ୍‌ସିଂହପୁର ଏମ୍‌ପି ସମେତ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। କିନ୍ତୁ ଏଥର କେତେକ ବିଧାନସଭା ଆସନରେ ଭଲ ଲଢ଼େଇ ହେବା ସହ ଏମ୍‌ପି ସିଟ୍‌ ପାଇଁ ମଧ୍ୟ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?