ବିଜେଡି ଘୋଷଣାକୁ ଭାଜପାର ଅପେକ୍ଷା

ରସୁଲପୁର,୮ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଘୋଷଣା ବାକି ରହିଛି। ଏଠି ଦଳ ଜିତିବା ସମ୍ଭାବନା ଥିବା ପ୍ରାର୍ଥତ୍ତ୍ୱକୁ ଅପେକ୍ଷା କରିଛି। ବିଜେଡି ଟିକେଟ ବଣ୍ଟନ ପରେ ଦଳରେ ଯେଉଁ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ଉପୁଜିବ ସେଥିରୁ ଦଳ ଫାଇଦା ମାରିବାକୁ ଅପେକ୍ଷା କରି ପ୍ରାର୍ଥୀ ଘୋଷଣା କରିନାହିଁ ବୋଲି ଆଲୋଚନା ହେଉଛି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଭାଜପାରେ ସାମିଲ ପରେ ବି ଟିକେଟ ବଣ୍ଟନକୁ ଝୁଲାଇ ରଖିବା ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ। ଅନ୍ୟପକ୍ଷରେ ଦଳରୁ ଟିକେଟ ନ ମିଳିଲେ ବିଜେଡି ବିଧାୟିକା ସୁନନ୍ଦା ଦାସ ଦଳ ପରିବର୍ତ୍ତନ କରିପାରନ୍ତି। ବିଧାୟିକା ଟିକେଟ ପ୍ରକ୍ରିୟାରୁ ବାଦ୍‌ ପଡ଼ିଲେ ସେ ଭାଜପାରେ ସାମିଲ ହୋଇ ଦଳରୁ ପ୍ରାର୍ଥୀ ହୋଇପାରନ୍ତି। ଏମିତି କି ଏନେଇ ବିଧାୟିକା ଓ ଭାଜପାର ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇସାରିଛି ବୋଲି ସାଧାରଣରେ ଆଲୋଚାନ ହେଉଛି।
ଯାଜପୁର ଜିଲାର ୪ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବରୀ, କୋରେଇ ଓ ବଡ଼ଚଣାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ୩ ନିର୍ବାଚନମଣ୍ଡଳୀରେ ଦଳ ପ୍ରାର୍ଥୀ ବଦଳାଇ ନୂଆ ଚେହେରାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚିନ୍ତା କରୁଛି। ତେବେ ଜିଲାର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଭାଜପା ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି। ବରୀରେ ଭାଜପା ୨୦୧୯ରେ ପ୍ରାୟ ୪ ହଜାର ଭୋଟରେ ପରାଜିତ ହୋଇଥିଲା। ତେଣୁ ଏଠାରେ ଏଥର ବିଜୟୀ ହେବା ଦଳର ଲକ୍ଷ୍ୟ ରହିଛି। ହେଲେ କଂଗ୍ରେସ ଛାଡ଼ି ଦଳର ମଙ୍ଗୁଆଳ ସାଜିଥିବା ଉମେଶ ଜେନା, ବିଜେଡି ନେତା ଦେବାଶିଷ ନାୟକ, ଯୁବନେତା ବିବେକାନନ୍ଦ ଜେନାଙ୍କ ଉପରେ ଦଳ ଭରସା କରି ପାରୁନାହିଁ। ତେଣୁ ଭାଜପା ଯୋଗ୍ୟ ପ୍ରାର୍ଥୀ ଖୋଜୁଛି, ଯାହାଙ୍କୁ ଟିକେଟ ଦେଲେ ବରୀରେ ଦଳ ସଫଳ ହୋଇପାରିବ। ଚର୍ଚ୍ଚା ଅନୁସାରେ ବିଜେଡି ବରୀରେ ନୂଆ ମୁହଁ ଉପରେ ଭରସା ଜୁଟାଇଲେ ସେଥିରୁ ଫାଇଦା ନେଇ ଭାଜପା ବିଧାୟିକା ସୁନନ୍ଦାଙ୍କୁ ପ୍ରାର୍ଥୀ କରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିବ ବୋଲି ଚିନ୍ତା କରୁଛି। ତେବେ ଆଗକୁ ବିଜେଡି ବରୀରେ ଟିକେଟ ବଣ୍ଟନରେ କି ପ୍ରକାର ନିଷ୍ପତ୍ତି ନେଉଛି, ଆଉ ଭାଜପାକୁ କେତେ ଫାଇଦା ମିଳୁଛି ତାହା ଦିନ କେଇଟାରେ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri