କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିବାବେଳେ କଳାହାଣ୍ଡି ଜିଲା କେସିଙ୍ଗା ବିଜେଡି ପକ୍ଷରୁ ସାହୁଙ୍କୁ ସ୍ଥାନୀୟ ବଲାଙ୍ଗୀର ଛକଠାରେ ବିଜେଡି କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାହୁ କିଛି ସମୟ ଉପସ୍ଥିତ ରହି ବିଜେଡି କର୍ମୀଙ୍କ ସହିତ ଆଗାମୀ ଦିନରେ ବିଜେଡି ଦଳ କିପରି ଆଗେଇବ, ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ବିଜେଡି ବିଜୟ ହେବ ସେ ନେଇ ଆଲୋଚନା କରି କରିଥିଲେ।
ଏହି ଗସ୍ତ ସମୟରେ ଟାଉନ ସଭାପତି ନଳୀନ ପଟ୍ଟନାୟକ, କେସିଙ୍ଗା ନଗରପାଲ ନୃପରାଜ ଯାଦବ, ଜିଲା ସମ୍ପାଦକ ସିଲୁ ପରିଡ଼ା, ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ଦେବେନ୍ଦ୍ର ଭୁଜବଳ, ନେହେରୁ ସୁନାନୀ, କେସିଙ୍ଗା ବ୍ଲକ ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, ଛାତ୍ରନେତା ତଥା ଜିଲା ଛାତ୍ର ସଂଘର କାର୍ଯ୍ୟକାରୀ ସଭାପତି ଅନୁଭବ ପଟ୍ଟନାୟକ, ଦୀପକ କୁମାର, ରମାକାନ୍ତ ଜେନାଙ୍କ ସମେତ ଅନ୍ୟାନ୍ୟ ବିଜେଡି କାଉନସିଲର ଓ ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।