ବିଜେଡି ହାତରେ ସବୁ ଜିଲା ପରିଷଦ

ଭୁବନେଶ୍ୱର,୨ା୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳର ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ବିଜେଡି ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇଛି। ୩ ଦିନର ଗଣତି ପରେ ୩୦ ଜିଲାର ୮୫୧ଟି ଜୋନ୍‌ର ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ନିର୍ବାଚନ ପୂର୍ବରୁ ଗୋଟିଏ ଜିଲା ପରିଷଦ ଆସନକୁ ବିଜେଡି ନିର୍ଦ୍ୱନ୍ଦ୍ୱରେ ହାତେଇ ସାରିଥିବା ବେଳେ ବାକି ୮୫୧ ଆସନରେ ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡି ମୋଟ୍‌ ୭୬୫ଟି ଆସନରେ ବାଜିମାତ୍‌ କରିନେଇଛି। ଅର୍ଥାତ୍‌ ବିଜେଡିକୁ ମୋଟ ରାଜ୍ୟର ୭୬୬ ଆସନରେ ସଫଳତା ମିଳିଛି। ବାକି ବିରୋଧୀ ଭାଜପାକୁ ୪୨, କଂଗ୍ରେସକୁ ୩୭ ଏବଂ ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ମୋଟ ୭ଟି ଆସନରେ ସଫଳତା ମିଳିଛି। ବିଜେଡିକୁ ଏଭଳି ଏକପାଖିଆ ସଫଳତା ପରେ ବିରୋଧୀ ଶିବିରରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଥିବା ଭଳି ମନେ ହେଉଛି। ଫଳାଫଳ ଆସିବା ପରେ ୩୦ ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତରେ ରହିବା କଥାକୁ ଆଉ କେହି ଏଡାଇଦେଇ ପାରିବେ ନାହିଁ।
ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ମୋଟ ୨,୧୦,୨୮,୪୦୩ ବୈଧ ଭୋଟ ମଧ୍ୟରୁ ବିଜେଡିକୁ ୧,୧୦,୮୯,୭୧୨ ଭୋଟ ମିଳିିଛି। ସେହିପରି ଭାଜପାକୁ ୬୩,୨୩,୭୪୬, କଂଗ୍ରେସକୁ ୨୮,୫୪,୩୯୮, ସ୍ବାଧୀନକୁ ୨,୮୧,୨୧୩ ଏବଂ ଅନ୍ୟାନ୍ୟଙ୍କୁ ୪,୭୯,୩୩୪ ଖଣ୍ଡ ଭୋଟ ମିଳିଛି। ସେହି ଅନୁଯାୟୀ ବିଜେଡି ପଞ୍ଚାୟତ ନିର୍ବାଚନରେ ୫୨.୭୩%, ଭାଜପା ୩୦.୦୭% ଏବଂ କଂଗ୍ରେସ ୧୩.୫୭% ଭୋଟ ହାତେଇବାରେ ସଫଳ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୩ଟି ଜିଲା ପରିଷଦ ଆସନ ଲାଗି ଭୋଟ ହେବାର ଥିଲା। ସେଥିରୁ କେନ୍ଦୁଝର ଜିଲା ଘଟଗଁା ବ୍ଲକ ଜୋନ୍‌-୮ର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ନିର୍ବାଚନ ପୂର୍ବରୁ ଦେହାନ୍ତ ହେବା କାରଣରୁ ସେହି ଆସନରେ ନିର୍ବାଚନ ବନ୍ଦ ରହିଛି। ସେହିପରି ବରଗଡ଼ ଜିଲା ଅମ୍ବାଭୋନା ବ୍ଲକର ଜୋନ୍‌-୬ରେ ବିଜେଡି ପ୍ରାର୍ଥତ୍ନୀ କଳ୍ପନା ପଧାନ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ବାକି ୮୫୧ ଆସନର ଫଳାଫଳ ଆସିବା ପରେ ବିଜେଡି ଓଡ଼ିଶାର ୩୦ ଜିଲାରେ ଜିଲା ପରିଷଦ ଗଠନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ସେହିପରି ୧୦ ଜିଲାରେ ଭାଜପା ଏବଂ ୧୮ ଜିଲାରେ କଂଗ୍ରେସ ଖାତା ଖୋଲିବାରେ ମଧ୍ୟ ବିଫଳ ହୋଇଛି। ସେହିପରି ଭଦ୍ରକ, ଦେବଗଡ଼, ଯାଜପୁର ଏବଂ ଝାରସୁଗୁଡ଼ା ଜିଲାରେ ବିଜେଡି ଶତପ୍ରତିଶତ ରେଜଲ୍ଟ କରି ଦେଖାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩, ଭାଜପା ୨୯୭ ଏବଂ କଂଗ୍ରେସ ୬୦ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏଥର ବିଜେଡି ଗତଥର ତୁଳନାରେ ୨୯୩ଟି ଅଧିକ ଆସନରେ ବିଜୟୀ ହୋଇଥିଲା ବେଳେ ଭାଜପା ୨୫୫, କଂଗ୍ରେସ ୨୩ ଆସନ ହରାଇଛି। ମୟୂରଭଞ୍ଜ ଜିଲାର ଅଧିକାଂଶ ଜୋନ୍‌ ଗତଥର ସମ୍ପୂର୍ଣ୍ଣ ଭାଜପା ହାତରେ ଥିବାବେଳେ ଏଥର ସେଠାରେ ଖାତା ଖୋଲିପାରିନାହିଁ। ୫୬ଟି ଜୋନ୍‌ ମଧ୍ୟରୁ ଭାଜପା ଓ କଂଗ୍ରେସ ସେଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୩ଟି ଆସନ ଯାଇଛି। ମୟୂରଭଞ୍ଜରେ ଗତଥର ଜିଲା ପରିଷଦ ଭାଜପା ଗଠନ କରିଥିଲାବେଳେ ଏଥର ଗୋଟିଏ ହେଲେ ଆସନରେ ଜିତି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୋଟାମୋଟି ପଶ୍ଚିମ ଓଡ଼ିଶାକୁ ଗତଥର ଭାଜପା ନିଜ ଗଡ଼ ଭାବେ ପ୍ରମାଣିତ କରିଥିଲା। ହେଲେ ସେହି ଧାରା ବଜାୟ ରଖିବାରେ ଏଥର ଫେଲ୍‌ ହୋଇଛି। ଉକ୍ତ ଫଳାଫଳକୁ ଦେଖିଲେ ଭାଜପାକୁ ଭୋଟର ଏଥର ପ୍ରତ୍ୟାଖ୍ୟାନ କରିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଧର୍ମଘଟକୁ ମଧ୍ୟାହ୍ନଭୋଜନ ପାଚିକା, ସହାୟିକାଙ୍କ ସମର୍ଥନ

ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri