ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିପଡ଼ିଛି: ବିଜେଡି

ଭୁବନେଶ୍ୱର,୧୫ା୧(ଅନିଲଦାସ): ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କର୍ତ୍ତବ୍ୟରତ ପୋଲିସ୍‌ ଅଧିକାରୀଙ୍କୁ ମାଡ଼ ମାରିବା ସହ ଭାଜପା କର୍ମୀଙ୍କୁ ବାଡ଼େଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅରାଜକତା ଓ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ୍‌ ମହାନ୍ତି କହିଛନ୍ତି ା
ଏକ ଖବରଦାତା ସମ୍ମିଳନୀରେ ମୁଦୁଲି କହିଛନ୍ତି ଯେ, ନୂଆବର୍ଷରେ ନୂଆ ସରକାର ଓଡ଼ିଶାବାସୀଙ୍କୁ ଏକ ଅଲୋଡ଼ା ଉପହାର ଦେଇଛି। ସୋମବାର ନେମାଳଠାରେ ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଆଇନକୁ ହାତକୁ ନେଇ ଶାସକ ଦଳ ବିଧାୟକ ସାରଦା ପ୍ରଧାନ ଜଣେ କର୍ତ୍ତବ୍ୟରତ ପୋଲିସ୍‌ ଅଫିସରଙ୍କୁ ଯେଉଁଭଳି ଭାବରେ ମାଡ଼ ମାରିଲେ ତାହା ଅତ୍ୟନ୍ତ ଲଜ୍ଜାଜନକ। ଭାଜପା କର୍ମୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ କଟକରେ ଆୟୋଜିତ କେନ୍ଦ୍ରମନ୍ତ୍ରୀଙ୍କ ଏକ ସଭାରେ ପୋଲିସ ଉପସ୍ଥିତିରେ ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କାର୍ଯ୍ୟକ୍ରମ ପରେ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଳେଇ ନେବା ଦେଖିବାକୁ ମିଳିଛି। ବାଡ଼ ଯଦି କ୍ଷେତ ଖାଇବ ଆମେ କହିବା କାହାକୁ ବୋଲି ମୁଦୁଲି କହିଛନ୍ତି।
ଲେନିନ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଦିନ ଭୁବନେଶ୍ୱରର ଛାତି ଉପରେ ଜଣେ ପୋଲିସ୍‌ ମିତ୍ରକୁ ବର୍ବରୋଚିତ ଭାବେ ହତ୍ୟାକରି ମୁଣ୍ଡ ଗଣ୍ଡି ଅଲଗା କରିଦେବା, ରାଜ୍ୟରେ ଆଇନଶୃଙ୍ଖଳାର ବିକଳ ଚିତ୍ରକୁ ଦର୍ଶାଉଛି। ସ୍ପଷ୍ଟ ଦିବାଲୋକରେ ଅପରାଧୀମାନେ ଅପରାଧ ଘଟାଇ ଖସି ପଳାଇବାରେ ସକ୍ଷମ ହେଉଛନ୍ତି। ଭାଜପା ସରକାରକୁ ଆସିବା ପରେ ଗତ ୭ମାସ ମଧ୍ୟରେ ପ୍ରାୟ ୧୩ ଶହରୁ ଉର୍ଦ୍ଧ୍ୱ ମହିଳା ବଳାତ୍କାର ଓ ହତ୍ୟାଭଳି ଅପରାଧର ଶିକାର ହୋଇଛନ୍ତି। ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଶାସକ ଦଳର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ହେଉ ବା ୩୦୭ ଦଫାରେ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ କୋଳାଗ୍ରତ କରିବାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ଭାଜପା ନେତାମାନେ ଆଇନର ଉର୍ଦ୍ଧ୍ୱରେ ଏବଂ ଆଇନ ବ୍ୟବସ୍ଥା ପ୍ରତି ସେମାନଙ୍କର ସାମାନ୍ୟତମ ସମ୍ମାନ ନାହିଁ ା ରାଜ୍ୟ ସରକାର ତୁରନ୍ତ ମାହାଙ୍ଗା ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri