ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିପଡ଼ିଛି: ବିଜେଡି

ଭୁବନେଶ୍ୱର,୧୫ା୧(ଅନିଲଦାସ): ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କର୍ତ୍ତବ୍ୟରତ ପୋଲିସ୍‌ ଅଧିକାରୀଙ୍କୁ ମାଡ଼ ମାରିବା ସହ ଭାଜପା କର୍ମୀଙ୍କୁ ବାଡ଼େଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଅରାଜକତା ଓ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ୍‌ ମହାନ୍ତି କହିଛନ୍ତି ା
ଏକ ଖବରଦାତା ସମ୍ମିଳନୀରେ ମୁଦୁଲି କହିଛନ୍ତି ଯେ, ନୂଆବର୍ଷରେ ନୂଆ ସରକାର ଓଡ଼ିଶାବାସୀଙ୍କୁ ଏକ ଅଲୋଡ଼ା ଉପହାର ଦେଇଛି। ସୋମବାର ନେମାଳଠାରେ ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଆଇନକୁ ହାତକୁ ନେଇ ଶାସକ ଦଳ ବିଧାୟକ ସାରଦା ପ୍ରଧାନ ଜଣେ କର୍ତ୍ତବ୍ୟରତ ପୋଲିସ୍‌ ଅଫିସରଙ୍କୁ ଯେଉଁଭଳି ଭାବରେ ମାଡ଼ ମାରିଲେ ତାହା ଅତ୍ୟନ୍ତ ଲଜ୍ଜାଜନକ। ଭାଜପା କର୍ମୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ କଟକରେ ଆୟୋଜିତ କେନ୍ଦ୍ରମନ୍ତ୍ରୀଙ୍କ ଏକ ସଭାରେ ପୋଲିସ ଉପସ୍ଥିତିରେ ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କାର୍ଯ୍ୟକ୍ରମ ପରେ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଳେଇ ନେବା ଦେଖିବାକୁ ମିଳିଛି। ବାଡ଼ ଯଦି କ୍ଷେତ ଖାଇବ ଆମେ କହିବା କାହାକୁ ବୋଲି ମୁଦୁଲି କହିଛନ୍ତି।
ଲେନିନ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଦିନ ଭୁବନେଶ୍ୱରର ଛାତି ଉପରେ ଜଣେ ପୋଲିସ୍‌ ମିତ୍ରକୁ ବର୍ବରୋଚିତ ଭାବେ ହତ୍ୟାକରି ମୁଣ୍ଡ ଗଣ୍ଡି ଅଲଗା କରିଦେବା, ରାଜ୍ୟରେ ଆଇନଶୃଙ୍ଖଳାର ବିକଳ ଚିତ୍ରକୁ ଦର୍ଶାଉଛି। ସ୍ପଷ୍ଟ ଦିବାଲୋକରେ ଅପରାଧୀମାନେ ଅପରାଧ ଘଟାଇ ଖସି ପଳାଇବାରେ ସକ୍ଷମ ହେଉଛନ୍ତି। ଭାଜପା ସରକାରକୁ ଆସିବା ପରେ ଗତ ୭ମାସ ମଧ୍ୟରେ ପ୍ରାୟ ୧୩ ଶହରୁ ଉର୍ଦ୍ଧ୍ୱ ମହିଳା ବଳାତ୍କାର ଓ ହତ୍ୟାଭଳି ଅପରାଧର ଶିକାର ହୋଇଛନ୍ତି। ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ଶାସକ ଦଳର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ହେଉ ବା ୩୦୭ ଦଫାରେ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ କୋଳାଗ୍ରତ କରିବାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ଭାଜପା ନେତାମାନେ ଆଇନର ଉର୍ଦ୍ଧ୍ୱରେ ଏବଂ ଆଇନ ବ୍ୟବସ୍ଥା ପ୍ରତି ସେମାନଙ୍କର ସାମାନ୍ୟତମ ସମ୍ମାନ ନାହିଁ ା ରାଜ୍ୟ ସରକାର ତୁରନ୍ତ ମାହାଙ୍ଗା ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri