ବରଗଡ଼ ନାବାଳିକା ପୋଡ଼ି ଘଟଣା: ଟୁଇଟ୍‌ କରି ଭାଜପା ସରକାରଙ୍କୁ ଧୋଇଲେ ନବୀନ, କହୁ କହୁ କହିଦେଲେ…

ଭୁବନେଶ୍ୱର,୧୨।୮: ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ବରଗଡ଼ର ଗାଇସିଲଟରେ ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରାଇବା ଖବର ମୋତେ ଗଭୀର ଭାବେ ବ୍ୟଥିତ, ଚକିତ ଓ ମର୍ମାହତ କରିଛି। ନାବାଳିକାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରର ସଦସ୍ୟଙ୍କୁ ଅସୀମ ଧୌର୍ଯ୍ୟ ଦିଅନ୍ତୁ।

ନିଆଁ ଲଗାଇ ଆମ ଝିଅମାନେ ଜୀବନ ହାରିବାର ଏହି ଧାରା ଅତ୍ୟନ୍ତ ବିଚଳିତ କରିଦେବା ପରି। ଏଇ ଗୋଟେ ମାସ ଭିତରେ ଚାରି ଚାରି ଜଣ ଯୁବତୀ ସମାନ ଭାବରେ ନିଜ ଜୀବନ ହାରି ଦେଇଛନ୍ତି। ଏପରି ନିରୀହ ଜୀବନ ଚାଲିଯିବା ସମଗ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ କରୁଛି। ଏହା ଆହୁରି ହୃଦୟ ବିଦାରକ ଯେ, ସେମାନେ ଆଉ କୌଣସି ରାସ୍ତା ନ ପାଇ ଶେଷରେ ନିଜ ଜୀବନ ହାରିଦେବାକୁ ବାଛି ନେଉଛନ୍ତି। କେବଳ ଏଇ ଚାରି ନିରୀହ ଜୀବନ ନୁହେଁ, ଏବେ ପ୍ରତିଦିନ ଅପରାଧର ଶିକାର ହୋଇ ଓଡ଼ିଶାର ଅନେକ ଝିଅ ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି।

ସେମାନଙ୍କ ନିରାଶା କେବଳ ଏକ ବ୍ୟକ୍ତିଗତ ଘଟଣା ନୁହେଁ। ପ୍ରତିଦିନ ଘଟୁଥିବା ଏପରି ଘଟଣା, ବ୍ୟବସ୍ଥାର ବିଫଳତା ପରି ଏକ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଭାଜପାର ଶାସନ, ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବାରେ ବିଫଳ ହୋଇଛି। ଆମେ ଆମ ଝିଅମାନଙ୍କ ପାଇଁ ସୁନିଶ୍ଚିତ କରି ପାରୁନାହାନ୍ତି; ଯେଉଁଠି ସେମାନେ ସୁରକ୍ଷିତ ଥିବେ, ସେମାନଙ୍କ କଥା ଶୁଣା ଯାଉଥିବ ଏବଂ ସେମାନଙ୍କ ଗୁରୁତ୍ୱ ଥିବ।

ଏପରି ହୃଦୟବିଦାରକ ଧାରାକୁ ରୋକିବା ପାଇଁ ଭାଜପା ସରକାର ଆଉ କେତେ ସମୟ ଅପେକ୍ଷା କରିବ? ଭାଜପା ସରକାରର ଏପରି ଅସ୍ବାଭାବିକ ନୀରବତା ଏବଂ ସ୍ଥାଣୁତା ଓଡ଼ିଶାର ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?