ଶ୍ରମ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ବିଜୁ ଜନତା ଦଳ(ବିଜେଡି) ମଙ୍ଗଳବାର ଲୋକ ସଭାରେ ଆଗତ କରାଯାଇଥିବା ଶ୍ରମିକ ସମ୍ବନ୍ଧୀୟ ୩ଟି ବିଲ୍‌କୁ ସମର୍ଥନ ଦେଇଛି। ସେହି ବିଲ୍‌ଗୁଡିକ ହେଲା ଅକୁପେଶନାଲ ସେଫ୍ଟି , ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନସ୍‌ କୋଡ୍‌-୨୦୨୦, ଇଣ୍ଡଷ୍ଟ୍ରିୟାଲ ରିଲେଶନ କୋଡ ବିଲ୍‌-୨୦୨୦ ଏବଂ ସାମାଜିକ ସୁରକ୍ଷା ବିଲ୍‌-୨୦୨୦। ଏହା ସପକ୍ଷରେ ବିଜେଡି ଭୋଟ ଦେଇଛି। ବୁଧବାର ଏହି ବିଲ୍‌ ରାଜ୍ୟ ସଭାରେ ଆଗତ କରାଯିବ। ତେବେ ଏହି ବିଲ୍‌ରେ ରାଜ୍ୟ ସରକାରଙ୍କ ଅଧିକାରକୁ ଏକ ପ୍ରକାର ସଙ୍କୁଚିତ କରାଯାଇଛି। ମଳିଥିବା ସୂଚନା ଅନୁଯାୟୀ ଶ୍ରମିକ ବିଲ୍‌ରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବା ଲାଗି ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହାଛଡା ଶ୍ରମିକ ପଞ୍ଜୀକରଣ ନେଇ ମଧ୍ୟ ବିଲ୍‌ରେ କେତେକ ସଂଶୋଧନ କରାଯାଇଛି। ଏହି ବିଲ୍‌ରେ ଶ୍ରମିକ ପଞ୍ଜୀକରଣ ରାଜ୍ୟରେ ଥିବା କେନ୍ଦ୍ର ଶ୍ରମ କମିଶନରଙ୍କ ଅଧୀନକୁ ଚାଲିଯିବ। ଏହାଛଡା ଶ୍ରମିକମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ମାଣ ସଂସ୍ଥାରୁ ସେସ୍‌ ଆଦାୟ କରୁଛନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଏହାକୁ ଖର୍ଚ୍ଚ କରାଯାଉଛି। ତେବେ ସେହି ସେସ୍‌ କେନ୍ଦ୍ର ସରକାରଙ୍କ ଅଧୀନକୁ ଚାଲିଯିବ। ଯଦ୍ଦ୍ବାରା ରାଜ୍ୟ ସରକାର ଶ୍ରକିମମାନଙ୍କ କଲ୍ୟାଣ ପାଇଁ କରୁଥିବା ବିଭିନ୍ନ ଯୋଜନା ଲାଗି ଅର୍ଥର ଅଭାବ ରହିବ। ରାଜ୍ୟ ସଭାରେ ଏହି ବିଲ୍‌ରେ କେତେକ ସଂଶୋଧନ ଆଣିବାକୁ ବୁଧବାର ପ୍ରସ୍ତାବ ଦିଆଯିବ ବୋଲି ରାଜ୍ୟ ସଭା ସଦସ୍ୟ ସୁବାସ ସିଂ କହିଛନ୍ତି। ରାଜ୍ୟ ସରକାର ଏହି ବିଲ୍‌କୁ ସମ୍ପୂର୍ଣ୍ଣ ସମର୍ଥନ କରୁନାହାନ୍ତି। ବିଲ୍‌ରେ ଥିବା କେତେକ ଅସଙ୍ଗତି ଦୂର କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri