ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡିର ରଣନୀତି : ୩ ବ୍ଲକ୍‌ ଦାୟିତ୍ୱରେ ତିନି ମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଛି ବିଜେଡି। ଏଥିପାଇଁ ନେତାଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଛି। ତେବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନିର୍ବାଚନମଣ୍ଡଳୀ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେହିପରି ତିନି ବ୍ଲକ୍‌ ଦାୟିତ୍ୱରେ ତିନି ଜଣ ମନ୍ତ୍ରୀ ରହିବେ। ପଦ୍ମପୁର ବ୍ଳକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମନ୍ତ୍ରୀ ନବ ଦାସଙ୍କୁ ପାଇକମାଳ ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଝାରବନ୍ଧ ଦାୟିତ୍ୱ ଦିଆଯାଇଛି।