ଲାଞ୍ଚର ପ୍ରମାଣ ଖୋଜିଲା ବିଜେଡି

ଭୁବନେଶ୍ୱର, ୮।୧୨(ଅନିଲ ଦାସ): ଗତ ସରକାର ସମୟରେ ଏଏସ୍‌ଓ ଚାକିରି ପାଇଁ ହୋଇଥିବା ଲାଞ୍ଚ କାରବାର ଅଭିଯୋଗକୁ ନେଇ ବିଜେଡି ବିଧାନସଭାରେ ଶନିବାର ତୁମ୍ବିତୋଫାନ କରିଛି। ଘଟଣାର ତଦନ୍ତ କରିବା ସହ ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରିଛି।  ଅନ୍ୟପକ୍ଷରେ କଂଗ୍ରେସ ଆଦାନୀକୁ  ଜମି ଯୋଗାଇବା ଓ ଲାଞ୍ଚ କାରବାରକୁ ନେଇ ସରକାରଙ୍କୁ ଘେରିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭାର ଦିନ ତମାମ କାର୍ଯ୍ୟକ୍ରମ ବରବାଦ  ହୋଇଯାଇଛି।
  ୧୦ଟା ୩୦ ମିନିଟ୍‌ରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭାଜପା ସଭ୍ୟ ମାନସ ଦତ୍ତ ପଚାରିଥିବା ବାଲେଶ୍ୱର ରିଂରୋଡ୍‌ ସ୍ଥିତି ସମ୍ପର୍କିତ ପ୍ରଶ୍ନର ଉତ୍ତରଦେବାକୁ ସେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ କହିଥିଲେ। ହଟ୍ଟଗୋଳ ମାଧ୍ୟମରେ ମନ୍ତ୍ରୀ ଉତ୍ତର ପଢ଼ିଥିଲେ। ଏହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ ସାଧନର ନିବାରଣ) ବିଲ୍‌ ଆଲୋଚନା ବେଳେ  ଗତ ସରକାର ସମୟରେ ଏଏସ୍‌ଓ ଚାକିରି ପାଇଁ ଟଙ୍କା କାରବାର ସଂକ୍ରାନ୍ତ ଅଭିଯୋଗକୁ ନେଇ ଆପତ୍ତି ଉଠାଇଥିଲେ। ଫଳରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିସହିତ ଏ ସମ୍ବନ୍ଧରେ ସିଏମ୍‌ ବିବୃତି ଆମର ଦାବି କହି ସ୍ଲୋଗାନ ଦେବାରୁ ଗୃହ କମ୍ପି ଉଠିଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି ବିଜେଡି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତିଙ୍କୁ ଅଣଦେଖା କରି ବିଜେଡି ସଦସ୍ୟମାନେ ଗୃହରେ ପ୍ରବଳ ହୋହଲ୍ଲା କରିଥିଲେ।  ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।  ୧୧ଟା ୩୦ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା କହିଥିଲେ, ଗତକାଲି ମୁଖ୍ୟମନ୍ତ୍ରୀ ବିଲ୍‌ ଆଲୋଚନା ବେଳେ କହିଥିଲେ ୨୦ରୁ ୩୦ ଲକ୍ଷ ଟଙ୍କାରେ ଏଏସ୍‌ଓ ଚାକିରି ମିଳୁଥିଲା। ତାଙ୍କ ପାଖରେ ପ୍ରମାଣ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ପ୍ରମାଣ ଅଛି ତେବେ ସରକାରଙ୍କ ପାଖରେ ଭିଜିଲାନ୍ସ, ସିବିଆଇ ଏବଂ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ଅଛନ୍ତି। ସରକାର ଏହାର  ତଦନ୍ତ କରନ୍ତୁ।  ୬ ମାସ ହେବ କାହିଁକି ବସିଛନ୍ତି। ଶସ୍ତା ବକ୍ତବ୍ୟ ଦେଲେ ଚଳିବ ନାହିଁ। ଏଭଳି ମନ୍ତବ୍ୟ ଚାକିରି ପାଇଥିବା ମେଧାବୀ ପିଲା ଏବଂ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇବ ବୋଲି ପ୍ରମିଳା କହିଥିଲେ।  ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ଓ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ।
ଅନ୍ୟପକ୍ଷରେ ଭାଜପା ସଭ୍ୟ  ସନ୍ତୋଷ ଖଟୁଆ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଗତ ସରକାର ସମୟରେ ନିଯୁକ୍ତି କ୍ଷେତ୍ରରେ ବହୁ ଅନିୟମିତତା ହୋଇଛି। ଆଗକୁ ଯେପରି ସେଭଳି କିଛି ହେବନାହିଁ ସେ ନେଇ ରାଜ୍ୟ ସରକାର ଆଇନ ଆଣିଛନ୍ତି। ସେମାନେ କହିଦିଅନ୍ତୁ ଆମର ଭୁଲ୍‌ ହୋଇଛି।  ତାଙ୍କ  ବଣିକ ୨୫ ଲକ୍ଷ ନୁହଁ, ୩୦ ଲକ୍ଷ ଟଙ୍କା ନେଉଥିଲେ।  ସତ କହିଦିଅନ୍ତୁ। ପୂର୍ବ ସରକାର ପିଲାମାନଙ୍କ ଭବିଷ୍ୟତକୁ ଧୂଳିସାତ୍‌ କରିଛନ୍ତି। ବିଧାନସଭାରେ ଏହା କଳା ଅକ୍ଷରରେ ଲେଖାଯିବ। ୨୫ ଲକ୍ଷ ଟଙ୍କା ନେବା ସତ ହୋଇ ନ ଥିଲେ ବାଧୁଛି କାହିଁକି ବୋଲି ସେ କହିଛନ୍ତି।
  ସଭ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ପରିସ୍ଥିତି ବଦଳି ଯାଇଥିଲା। ବିଜେଡି ସଦସ୍ୟମାନେ ନିଜ ସିଟ୍‌ରେ ଚୁପ୍‌ଚାପ ବସିଥିବା ବେଳେ କଂଗ୍ରେସ  ଆଦାନୀକୁ ଜମି ଯୋଗାଣ ଓ ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ କହିଥିଲେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଦାନୀକୁ  ସୁରକ୍ଷା ଦେଉଛନ୍ତି। ଆଦାନୀ ଓଡ଼ିଶାର  ଗନ୍ଧମାର୍ଦ୍ଦନ ପର୍ବତ ପାଖରେ ଜମି କିଣିଲାଣି। ସରକାର ଏହାର ଜବାବ ଦିଅନ୍ତୁ ଦାବି କରି ହଟ୍ଟଗୋଳ କରିଥିଲେ। ହୋହଲ୍ଲା ମଧ୍ୟରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। କଂଗ୍ରେସ ବିଧାୟକମାନେ ଆଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆ ହୋଇ ବ୍ୟାନର ପ୍ରଦର୍ଶନ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଆଗକୁ ନ ବଢ଼ାଇ ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri