ମିଛ ପ୍ରତିଶ୍ରୁତିକୁ ନେଇ ଗର୍ଜିଲା ବିଜେଡି: ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଲୋଇସିଂହା,୨୩।୪।୨୬( ସୁଶାନ୍ତ ବାରିକ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ରହିଛି। ଏହାପୂର୍ବରୁ ଆଜି ବିଭିନ୍ନ ଦାବି ନେଇ ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ତତଫରୁ ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ଆଗରେ ଲୋଇସିଂହା ବ୍ଲକ ଯୁବ ସଭାପତି ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଯୁବ ନେତା ଆକାଶ ମିଶ୍ର, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ,ବିଜୟ ବାବୁ , ବୀଣାପାଣି ଦାସ, ଜିଲା ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ବବିତା ପଟେଲ, ପୁଇନ୍ତଲା ବ୍ଲକ ଅଧ୍ୟକ୍ଷା ସରୋଜ ପଧାନ ଓ ଅନ୍ୟମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଙ୍କ ଉପରେ ଉଦବେଗ ପ୍ରକାଶ କରିଥିଲେ। ନିର୍ବାଚନ ବେଳେ ମିଛ ପ୍ରତିଶ୍ରୁତି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା,ଆଗଲପୁର ଓ ପୁଇନ୍ତଲା ବ୍ଲକ ପ୍ରତି ବୈମାତୃକ ମନୋଭାବକୁ ନେଇ ବିଶୋଦଗାର କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କୁ ଦଳ ତରଫରୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତିବାଦ ସଭା ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

 

Dharitri – Odisha’s No.1 Odia Daily

 

Share