ନିର୍ବାଚନବେଳେ ବିଜେଡିକୁ ମିଳିଛି ଏତେ କୋଟି ନିର୍ବାଚନୀ ଚାନ୍ଦା, କଂଗ୍ରେସକୁ…

ଭୁବନେଶ୍ୱର,୨୮।୧: ଯଦିଓ ସୁପ୍ରିମକୋର୍ଟ ର୍ନିବାଚନୀ ବଣ୍ଡ ଉପରେ ନିଷେଧ ଲଗାଇଛନ୍ତି, ତଥାପି ରାଜନୈତିକ ଦଳଗୁଡ଼ିକୁ ର୍ନିବାଚନୀ ଦାନରେ ବିପୁଳ ବୃଦ୍ଧି ଘଟିଛି। ବର୍ତ୍ତମାନ ର୍ନିବାଚନ କମିଶନର ବାର୍ଷିକ ଅଡିଟ ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଭାଜପା ର୍ନିବାଚନୀ ଦାନରେ ଶୀର୍ଷରେ ଥିବା ବେଳେ କଂଗ୍ରେସକୁ ମିଳିଥିବା ଦାନରେ ୩୨୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି।

୨୦୨୪ ଲୋକ ସଭା ର୍ନିବାଚନ ପୂର୍ବରୁ, ଭାରତୀୟ ଜନତା ପାର୍ଟିକୁ ମିଳିଥିବା ଦାନ ୮୭% ବୃଦ୍ଧି ପାଇଛି, ଯାହା ୩,୯୬୭.୧୪ କୋଟି ଟଙ୍କାରେ ପହଞ୍ଚିଛି। ଦଳର ୨୦୨୩-୨୦୨୪ ବର୍ଷର ବାର୍ଷିକ ଅଡିଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ତଥାପି, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ରେ ର୍ନିବାଚନୀ ବଣ୍ଡରୁ ଭାଜପାକୁ ମିଳିଥିବା ଦାନ ହ୍ରାସ ପାଇଛି। ୨୦୨୨-୨୩ରେ, ଭାଜପା ର୍ନିବାଚନୀ ବଣ୍ଡରୁ ୨୩୬୦ କୋଟି ଟଙ୍କାର ଦାନ ପାଇଥିଲା, ଯାହା ୨୦୨୩-୨୦୨୪ରେ ୧୨୯୪.୧୪ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଭାଜପା ୨୦୨୩-୨୦୨୪ରେ ସ୍ବେଚ୍ଛାକୃତ ଅବଦାନ ଭାବରେ ୩,୯୬୭.୧୪ କୋଟି ଟଙ୍କା ପାଇଥିଲା, ଯେତେବେଳେ ୨୦୨୨-୨୦୨୩ରେ ଏହା ୨,୧୨୦.୦୬ କୋଟି ଟଙ୍କା ଥିଲା।

ଅଡିଟ ରିପୋର୍ଟରୁ ଜଣାପଡ଼ିଛି ଯେ ଭାଜପା ର୍ନିବାଚନୀ ବଣ୍ଡରୁ ୧,୬୮୫.୬୨ କୋଟି ଟଙ୍କା ପାଇଛି, ଯାହା ଏହାର ମୋଟ ଅବଦାନର ୪୩%। ୨୦୨୨-୨୦୨୩ରେ, ଦଳ ର୍ନିବାଚନୀ ବଣ୍ଡରୁ ୧,୨୯୪.୧୪ କୋଟି ଟଙ୍କା ପାଇଥିଲା, ଯାହା ମୋଟ ଅବଦାନର ୬୧% ଥିଲା। ଭାଜପାର ପ୍ରଚାର ପାଇଁ ହୋଇଥିବା ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିଥିଲା।

ରିପୋର୍ଟରୁ ଜଣାପଡୁଛି ଯେ ର୍ନିବାଚନ ବର୍ଷରେ, କଂଗ୍ରେସ ଦାନ ଭାଜପା ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ୨୦୨୨-୨୦୨୩ ବର୍ଷରେ କଂଗ୍ରେସକୁ ୨୬୮.୬୨ କୋଟି ଟଙ୍କାର ଦାନ ମିଳିଥିଲା, ଯାହା ୨୦୨୩-୨୦୨୪ ଆର୍ଥିକ ବର୍ଷରେ ୩୨୦ ପ୍ରତିଶତ ବୃଦ୍ଧି ପାଇ ୧,୧୨୯.୬୬ କୋଟି ଟଙ୍କାରେ ପହଞ୍ଚିଛି। କଂଗ୍ରେସର ଦାନରେ ର୍ନିବାଚନୀ ବଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ଗତ ବର୍ଷ ପ୍ରାପ୍ତ ୧୭୧.୦୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୨୮.୩୬ କୋଟି ଟଙ୍କା ହୋଇଛି। ମୋଟ ୭୩ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା। କଂଗ୍ରେସର ର୍ନିବାଚନ ଖର୍ଚ୍ଚ ୨୦୨୨-୨୦୨୩ ରେ ୧୯୨.୫୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୬୧୯.୬୭ କୋଟି ଟଙ୍କାରେ ପହଞ୍ଚିଛି।

Rise in TDP, YSRCP income, DMK's falls

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତୃଣମୂଳ କଂଗ୍ରେସ (ଟିଏମସି)ର ୨୦୨୩-୨୦୨୪ ବାର୍ଷିକ ଅଡିଟ ରିପୋର୍ଟ ଅନୁଯାୟୀ, ମମତା ବାନାର୍ଜୀଙ୍କ ଦଳର ଆୟ ଗତ ବର୍ଷ ୩୩୩.୪୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୬୪୬.୩୯ କୋଟି ଟଙ୍କା ହୋଇଛି। ବିଆରଏସ ୪୯୫କୋଟି, ବିଜୁ ଜନତା ଦଳ ୨୪୫ କୋଟି ଇତ୍ୟାଦି ପାଇଛି। କହିରଖୁଛୁ କି, ଟିଏମସି ୯୫ଶତକଡା ଆୟ ନିର୍ବାଚନୀ ବଣ୍ଡରୁ କରିଛି। ଯେତେବେଳେ କି ବିଜେଡି ୬୧% ଆୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri