ଜୟପୁର ପୌରାଧ୍ୟକ୍ଷଙ୍କ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜେଡି : ଭିଜିଲାନ୍ସ ତଦନ୍ତ ଦାବି

କୋରାପୁଟ,୨୫।୨(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ବିଜେଡିର ଜିଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ପୂର୍ବତନ ପୌରାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ବହୁ କାଉନସିଲର ଜିଲାପାଳଙ୍କୁ ଅଭିଯୋଗ ପତ୍ର ଦେଇ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏଥିସହ ପ୍ରଚଳିତ ପୌର ପରିଷଦକୁ ସ୍ଥଗିତ କରିବା ନେଇ ସରକାରଙ୍କୁ ସୁପାରିସ କରିବାକୁ ଦାବି କରିଛନ୍ତି। ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ନିଜସ୍ବ ଲାଭ ପାଇଁ ଭୁଲ୍‌ ମେଡିକାଲ ସାର୍ଟିଫିକେଟ୍‌ ବ୍ୟବହାର କରି ବସ୍‌ ପରମିଟ ନେଇଥିବା ଅଭିଯୋଗ ରହିଛି। ସେ ୧୦୬ ଦିନ ଚିକିତ୍ସାଧୀନ ଥିବା ଦର୍ଶାଇ ସାର୍ଟିଫିକେଟ ଦେଇଥିବା ସତ୍ତ୍ୱେ ସେହି ସମୟରେ ପୌରସଭା କାର୍ଯ୍ୟାଳୟକୁ ଯାଇ କାମ କରିଥିବା, ଡିଜେଲ ଗ୍ରହଣ କରିଥିବା ଓ ବିଭିନ୍ନ ଉନ୍ନୟନ କାମର ଉଦ୍‌ଘାଟନ କରିଥିବା ଅଭିଯୋଗକାରୀମାନେ କହିଛନ୍ତି। ଏଥିଯୋଗୁ ପଦମର୍ଯ୍ୟାଦାର ଦୁର୍ବ୍ୟବହାର ହୋଇଥିବା କୁହାଯାଇଛି। ଜୟପୁରର ଜଗନ୍ନାଥ ସାଗର ଉନ୍ନୟନ ପ୍ରକଳ୍ପରେ ମଧ୍ୟ ବ୍ୟାପକ ଅନିୟମିତତା ଘଟିଥିବା ଅଭିଯୋଗ କରାଯାଇଛି। ସରକାରୀ ଅନୁଦାନ ସହ ଅନ୍ୟାନ୍ୟ ସଂସ୍ଥାରୁ ମିଳିଥିବା ଅର୍ଥର ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରାଯାଇ ନ ଥିବା କୁହାଯାଇଛି। ପ୍ରକଳ୍ପର ମୋଟ ଅନୁମୋଦିତ ଖର୍ଚ୍ଚ, ବିସ୍ତୃତ ଆନୁମାନିକ ମୂଲ୍ୟ, ବ୍ୟୟ ବିବରଣୀ ଓ ଟେଣ୍ଡର ପ୍ରକ୍ରିୟାରେ ପାରଦର୍ଶିତା ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଶୀଘ୍ର ତଦନ୍ତକରି ଦୋଷୀଙ୍କ ବିରୋଧେ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍‌ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା…

ଖଣି ଅଧିକାରୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

କଟକ,୨୫।୨(କାର୍ତ୍ତିକ ସାହୁ): କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ…

ସିନିୟର୍‌ ଗଞ୍ଜାମ କ୍ରିକେଟ ଟିମ ଘୋଷିତ: ଭଞ୍ଜନଗରରୁ ବିଭୁ ପ୍ରସାଦ ସାମିଲ

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଓଡ଼ିଶା କ୍ରିକେଟ ଆସୋସିଏସନ ଦାରା ଗଞ୍ଜାମ ଜିଲା ସିନିୟର୍‌ କ୍ରିକେଟ ଟିମ ଗତ ୧୮ ତାରିଖରେ ଘୋଷଣା ହୋଇଛି। ଏଥିରେ ଭଞ୍ଜନଗର ବ୍ଲକ ଆଦିବାସୀ…

ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଲୋକମାନେ ଜାଣି ନ ପାରି…

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଲୋକମାନେ ଜାଣି ନ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ…

ସୁନାବେଡ଼ା, ୨୫।୨(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅଧୀନ ଭେଜାପୁଟ ସତ୍‌ସଂଘ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପଟ୍ଟାଙ୍ଗି…

ପିଲାକୁ ନେଇ ଶିକ୍ଷୟିତ୍ରୀ ନିଖୋଜ, ମିଳୁନି ପତ୍ତା: ପୋଲିସର ତନାଘନା

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ତେନ୍ତୁଲିଖୁଣ୍ଟି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଖୋଜ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

ପୁଣି ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ, ହରଡଘଣାରେ ପଡିଲେ ମୋଦି

ଓ୍ବାଶିଂଟନ୍‌,୨୫।୨: ଆମେରିକା ପୁଣି ଥରେ ଭାରତକୁ ଏକ ବଡ଼ ଝଟକା ଦେଇଛି। ସୌର ପ୍ୟାନେଲ ଉପରେ ପ୍ରାରମ୍ଭିକ ୧୨୬% ଟାରିଫ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri